ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ହଜାର ୬୫୨ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୧୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୬,୦୮,୨୧୧କୁ ବୃଦ୍ଧି ପାଇଛି। ଏହା ସହ ଏପର୍ଯ୍ୟନ୍ତ ଦେଶରେ ମୋଟ ୯୦ଲକ୍ଷ ୫୮ହଜାର ୮୨୨ଜଣ କରୋନାରୁ ଆରୋଗ୍ୟ ହୋଇସାରିଛନ୍ତି। ତେବେ ଦେଶରେ ସୁସ୍ଥତା ହାର ବଢ଼ିବା ସହ ସକ୍ରିୟ ମାମଲା ୪ ଲକ୍ଷକୁ ଖସିଛି। ଦେଶରେ ଏବେ ମୋଟ୍‌ ୪,୦୯,୬୮୯ ସକ୍ରିୟ ମାମଲା ରହିଛି। ଏହା ସହ ଗତ ୨୪ଘଣ୍ଟାରେ ୪୨,୫୩୩ଜଣ ସୁସ୍ଥ ହୋଇଛନ୍ତି।

ନୂତନ ସଂଖ୍ୟାକୁ ମିଶାଇ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସକ୍ରିୟ ହାର ୪.୨୬% ରହିଥିବା ବେଳେ ସୁସ୍ଥତା ହାର ୯୪.୨୮% ଏବଂ ମୃତ୍ୟୁହାର ୧.୪୫% ରହିଛି। ନୂତନ ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୩୯,୭୦୦ରେ ପହଞ୍ଚିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ