ନୂଆଦିଲ୍ଲୀ ୦୮।୦୬: ଦେଶରେ ଆଜି ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର କରୋନା ମୃତ୍ଯୁକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି ।
ସେହିପରି ୩ ହଜାର ୩୪୫ ଜଣ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୨୮ ହଜାର ୮୫୭ ଜଣ ସକ୍ରିୟ ମମଲା ରହିଛି । ୫ ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତା ମିଲନାଡୁ ଏବଂ ଦିଲ୍ଲୀରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି। ବିଶେଷ କରି କେରଳ ଏବଂ ମହାରାଷ୍ଟ୍ର ସଂକ୍ରମଣ ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି।
ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି । ଟ୍ରେନ୍ , ବସ୍ , ସିନେମା, ଅଡିଟରିୟମ୍ , ଅଫିସ୍, ହସ୍ପିଟାଲ୍ , କଲେଜ, ସ୍କୁଲ୍ ଆଦି ଆବଦ୍ଧ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍ ପିନ୍ଧିବା ପାଇଁ କୁହାଯାଇଛି ।