ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଖସୁଛି କରୋନା ଗ୍ରାଫ୍, ୩ ସପ୍ତାହରେ ଟିପିଆର ୮୦ % କମିଲାଣି

ନୂଆଦିଲ୍ଲୀ, ୧୧/୦୨ ଦେଶରେ କରୋନା ସଂକ୍ରମଣ ସ୍ଥିତିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ଏବଂ ଦୈନିକ ଟେଷ୍ଟ ପଜିଟିଭିଟି ହାର ଗତ ୩ ସପ୍ତାହ ମଧ୍ୟରେ ୮୦% ହ୍ରାସ ପାଇଛି । କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଏହି ସୂଚନା ଦେଇଛି ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ୧୪୧ ଜିଲ୍ଲାରେ ସାପ୍ତାହିକ ଟେଷ୍ଟ ପଜିଟିଭିଟି ହାର ଏବେ ବି ୧୦% ଉପରେ ରହୁଛି । ଗତ ସପ୍ତାହରେ ୨୯୭ ଜିଲ୍ଲାରେ ସାପ୍ତାହିକ ଟେଷ୍ଟ ପଜିଟିଭିଟି ହାର ୧୦% ଉପରେ ଥିଲା । ୧୬୦ ଜିଲ୍ଲାରେ ପଜିଟିଭିଟି ହାର ୫ରୁ ୧୦% ମଧ୍ୟରେ ରହୁଛି । ତେବେ ୪୦ ଜିଲ୍ଲାରେ ଏବେ ବି ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ହୋଇଚାଲିଛି । ୪ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡୁ ଏବଂ କର୍ଣ୍ଣାଟକରେ ୫୦ ହଜାରରୁ ଅଧିକ ସକ୍ରିୟ କରୋନା ରୋଗୀ ଅଛନ୍ତି । ୧୧ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୦ ହଜାରରୁ ୫୦ ହଜାର ମଧ୍ୟରେ ରହିଛି ।

ଜାନୁଆରୀ ୨୪ରେ ଦେଶରେ ଦୈନିକ ପଜିଟିଭିଟି ହାର ୨୦.୭୫% ଥିଲା । ତାହା ଏବେ ୪.୪୪%କୁ ହ୍ରାସ ପାଇଛି । ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏବେ ବି ସତର୍କ ରହିବାର ଆବଶ୍ୟକତା ରହିଛି । ସଂକ୍ରମଣ କମିବାରୁ ବିଭିନ୍ନ ସ୍ଥାନରେ କଟକଣା କୋହଳ କରାଯାଉଛି । କିନ୍ତୁ ସମସ୍ତେ ନିଜନିଜ ସ୍ତରରୁ ଏଥିପ୍ରତି ସଚେତନ ରୁହନ୍ତୁ । ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କହିଛନ୍ତି ।

କେରଳରେ ପଜିଟିଭିଟି ହାର ଏବେ ବି ପାଖାପାଖି ୨୯% ରହୁଛି । ଏହା ପୂର୍ବ ତୁଳନାରେ କମ୍‌ ହେଲେ ମଧ୍ୟ ବର୍ତ୍ତମାନସୁଦ୍ଧା ବିପତ୍ତି ଟଳିନାହିଁ । କୋଭିଡ ଟିକାକରଣ ସମ୍ପର୍କିତ ତଥ୍ୟ ଦେଇ ଭିକେ ପଲ୍‌ କହିଛନ୍ତି ଯେ, ୧୮ ବର୍ଷରୁ ଊଦ୍ଧ୍ୱର୍ ୯୬% ହିତାଧିକାରୀ ଅତିକମ୍‌ରେ ଗୋଟିଏ ଡୋଜ୍‌ ଏବଂ ୭୮% ହିତାଧିକାରୀ ଉଭୟ ଡୋଜ୍‌ କରୋନା ପ୍ରତିଷେଧକ ଟିକା ନେଇ ସାରିଲେଣି । ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୬୯% ହିତାଧିକାରୀ ଅତିକମ୍‌ରେ ଗୋଟିଏ ଡୋଜ୍‌ ନେଇଥିବା ବେଳେ ୧୪% ଉଭୟ ଡୋଜ୍‌ କରୋନା ଟିକା ନେଇସାରିଲେଣି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ