ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କରୋନା ଟେଷ୍ଟିଂ ଟପିଲା ୧୬ କୋଟି, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଲା- ସୁସ୍ଥହାରରେ ଭାରତ ଏକ ନମ୍ବର

ନୂଆଦିଲ୍ଲୀ ୧୯।୧୨: ଭାରତ କୋଭିଡ୍-୧୯ ଟେଷ୍ଟିଂରେ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧, ୭୧, ୮୬୮ ନମୂନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ଟେଷ୍ଟିଂ ସଂଖ୍ୟା ୧୬ କୋଟି ଅତିକ୍ରମ କରିଛି। ଶନିବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏହି ସୂଚନା ଦିଆଯାଇଛି।

ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି ଏବଂ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଶନିବାର ସୁଦ୍ଧା କରୋନା ସଂକ୍ରମଣ ହାର ୬.୨୫ ପ୍ରତିଶତ ରହିଛି। ଭାରତ ଦୈନିକ ଟେଷ୍ଟିଂ ହାର କ୍ଷମତାକୁ ୧୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଡିସେମ୍ବର ୧୦ରେ ଦେଶରେ ଟେଷ୍ଟିଂ ୧୫ କୋଟି ଅତିକ୍ରମ କରିଥିଲା। ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ପ୍ରଥମ ଏକ କୋଟି କରୋନା ଟେଷ୍ଟିଂ ଜୁଲାଇ ୭ ସୁଦ୍ଧା ହୋଇ ସାରିଥିଲା। ଅନ୍ୟପଟେ ସୁସ୍ଥ ସଂଖ୍ୟା ୯୫.୫୦ ଲକ୍ଷରେ ପହଞ୍ଚିଛି। ସୁସ୍ଥହାର ୯୫.୪୬ ପ୍ରତିଶତ ରହିଛି, ଯାହା ବିଶ୍ଵରେ ସର୍ବାଧିକ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀ ସଂଖ୍ୟା ୩,୦୮, ୭୫୧ ରହିଛି। ଦେଶରେ କୋଟି କୋଟି ଜନସଂଖ୍ୟାକୁ ଦେଖିଲେ ଭାରତର ସକ୍ରିୟ କେସ୍ ସଂଖ୍ୟା ବିଶ୍ଵରେ ସବୁଠୁ କମ ରହିଛି। ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ କୋଟି ୪ ହଜାର ୫୯୯ରେ ପହଞ୍ଚିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧, ୪୫, ୧୩୬କୁ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪୭ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ