ଦେଶ ବିଦେଶ ରାଜନୀତି

ଦେଶବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସମସ୍ତଙ୍କ ସୁଖ ଓ ସଫଳତା କାମନା କରି ଆଜି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମ‌ୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟର୍‌ରେ ନବ ବର୍ଷର ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ସମସ୍ତଙ୍କ ପାଇଁ ହର୍ଷୋତ୍‌ଫୁଲ୍ଲ ନବବର୍ଷ। ଭାରତରେ ଓ ବିଦେଶରେ ଥିବା ଦେଶର ନାଗରିକମାନଙ୍କ ପ୍ରତି ଅଭିନନ୍ଦନ ଓ ଶୁଭେଚ୍ଛା। ବର୍ଷ ୨୦୨୩ ଆମ୍ଭମାନଙ୍କ ଜୀବନରେ ନୂଆ ପ୍ରେରଣା, ଲକ୍ଷ୍ୟ ଏବଂ କୃତ୍ବିତ୍ବ ଆଣି ଦେଉ। ଚାଲନ୍ତୁ, ଜାତିର ଏକତା, ଅଖଣ୍ଡତା ଏବଂ ସାମଗ୍ରିକ ଉନ୍ନତି ଲାଗି ପୁଣି ଥରେ ଆତ୍ମୋତ୍ସର୍ଗ କରିବା।

ଦେଶବାସୀଙ୍କ ପ୍ରତି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଲେଖିଛନ୍ତି: ୨୦୨୩ ଆପଣମାନଙ୍କ ପାଇଁ ଚମତ୍କାର ହେଉ। ୨୦୨୩ ଆଶା, ସୁଖ ଓ ଅନେକ ସଫଳତାରେ ପୂର୍ଣ୍ଣ ହେଉ। ସମସ୍ତଙ୍କର ସ୍ବାସ୍ଥ୍ୟ ଭଲ ରହୁ।

ସେହିପରି, ନବବର୍ଷର ପ୍ରଥମ ଦିନରେ ସମଗ୍ର ଦେଶର ଜନସାଧାରଣ ଦେବାଳୟକୁ ଯାଇ ଦିଅଁ ଦର୍ଶନ କରୁଛନ୍ତି। ରବିବାର ପ୍ରତ୍ୟୁ‌ଷର ବାରାଣସୀର ଅଶୀଘାଟରେ ଗଙ୍ଗା ଆରତି କରାଯାଇଥିଲା। ଏହି ଆରତି ଦେଖିବା ପାଇଁ ଘାଟରେ ବିପୁଳ ଜନଗହଳି ହୋଇଥିଲା।

ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିରରେ ପ୍ରଭାତ ଆରତି ଦେଖିବା ପାଇଁ ଲୋକେ ସମବେତ ହୋଇଥିଲେ। ବଡ଼ି ସକାଳୁ ମହାକାଳେଶ୍ବର ମନ୍ଦିରରେ ଭଗବାନ ଶିବଙ୍କର ଭସ୍ମ ଆରତି ହୁଏ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର