ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେବ ବିବାହ ପାଇଁ ଉତ୍ସବ ମୁଖର ଏକାମ୍ର କ୍ଷେତ୍ର, ବିବାହ ପରେ ମାତା ପାର୍ବତୀଙ୍କୁ ନେଇ ଫେରିଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ୱର ୦୬।୦୬: ଦେବ ବିବାହ ପାଇଁ ଉତ୍ସବ ମୁଖର ଏକାମ୍ର କ୍ଷେତ୍ର । ଦେବ ଦମ୍ପତିଙ୍କ ବିବାହ ପରେ ମାତା ପାର୍ବତୀଙ୍କୁ ନେଇ ମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ବିବାହ ସାରି ମନ୍ଦିରରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ସମ୍ପର୍ଣ୍ଣ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ।

ଶ୍ରୀଲିଙ୍ଗରାଜଙ୍କ କେଦାର ଗୌରୀ ମନ୍ଦିରରେ ବିବାହ ସମ୍ପର୍ଣ୍ଣ ହେବା ପରେ ବାଜା ବାଣା ରୋଷଣୀରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ପ୍ରଭୁ ଏକାମେଶ୍ବର । ଏହି ଅବସରରେ ବାଜା, କାହାଳି, ବାଣ , ପାରମ୍ପରିକ ଲଉଡି ବାଡି ଖେଳ ପ୍ରଦର୍ଶନ କରାଯାଇଥିଲା । ମାଆ ପାର୍ବତୀଙ୍କୁ ସାଙ୍ଗରେ ନେଇ ମନ୍ଦିରକୁ ଫେରିବା ବେଳେ ସାଙ୍ଗରେ ହାତୀ ଯୌତୁକ ନେଇ ଫେରିଛନ୍ତି।

କେଦାରଗୌରୀ ମନ୍ଦିରରେ ମାଆ ପାର୍ବତୀଙ୍କୁ ବିବାହ କରି ଶୀଳଳ ଷଷ୍ଟୀ ରାସ୍ତା ଦେଇ ତିନିମୁଣ୍ଡିଆ ଛକ , ବଢେଇ ବାଙ୍କ , ରଥ ରୋଡ ହୋଇ ମନ୍ଦିରରେ ପହଂଚିଥିଲେ। ଏହି ସମୟରେ ପାରମ୍ପରିକ ବାଜା, ବାଣ, ନାଗା ନୃଥ୍ୟ, ବନାଟି , ଲଉଡି ଖେଳ ସହ ବିଭିନ୍ନ ପାରମ୍ପରିକ ନୃତ୍ୟ ଆୟାଜନ କରାଯାଇଥିଲା। ପାରମ୍ପରିକ ବାଜା , ବାଣ ରୋଷଣି କରି କେଦାରଗୌରୀ ମନ୍ଦିରରୁ ପୁଣି ଲିଙ୍ଗରାଜ ମନ୍ଦିରକୁ ଫେରି ଆସିଛନ୍ତି।

ବିବାହ ସମ୍ପର୍ଣ୍ଣ କରିବାକୁ ଲିଙ୍ଗରାଜ ଓ ମା ପାର୍ବତୀ ଓ ଅନ୍ୟ ଦେବଦେବୀଙ୍କ ପାଳିଆ ସେବାୟତ ସମେତ ମନ୍ଦିର ସୁପର ଭାଇଜର ମନ୍ଦିର ଚର୍ଚେଇତ , ପର୍ବଜାତ ବିଶୋଇ, ଭଣ୍ଡାର ମେକାପଙ୍କ ସହ ଅନ୍ୟ ସେବାୟତ ଉପସ୍ତିତ ଥିଲେ। ରଥ ଦାଣ୍ଡରେ ବହୁ ଭକ୍ତଙ୍କ ସମାଗମ େହାଇଥିଲା। ବିଳମ୍ପିତ ରାତି ପର୍ଯ୍ୟନ୍ତ ରଥଦାଣ୍ଡ ଚଳଚଞ୍ଚଳ ହୋଇପଡିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ