ଅପରାଧ ରାଜ୍ୟ

ଦେବ୍ରିଗଡ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ସମ୍ବର ସିଙ୍ଘ ଜବତ

ସମ୍ବଲପୁର ୫।୮: ଦେବ୍ରିଗଡ ଅଭୟାରଣ୍ୟର ଚୌରାସିମାଲ ଅଞ୍ଚଳରୁ ୫ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଡିଏଫଓ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ୍ ପ୍ରଧାନ, ମୁକେଶ ଭୋଇ, ସାନ୍ତନୁ ସାହୁ । ଶିକାର ଉଦ୍ଦେଶ୍ୟରେ ଏମାନେ ଡେବ୍ରିଗଡକୁ ପ୍ରବେଶ କରିଥିବା ଡିଏଫଓ କହିଛନ୍ତି ।

ଅଭିଯୁକ୍ତମାନଙ୍କ ଠାରୁ ୧୦ଟି ସମ୍ବର ସିଙ୍ଘ, ବଡ ଆକାରର ୫ଟି ଜୁଟ୍ ବସ୍ତା, ୫ଟି ଛୁରୀ, ଟାଙ୍ଗିଆ, ଦୁଇଟି ମୋଟର ସାଇକେଲ, ଶିକାର ପାଇଁ ଉଦ୍ଦିଷ୍ଟ ଥିବା ତାର ଜବତ ହୋଇଛି । ଶିକାର ଉଦ୍ଦେଶ୍ୟରେ ଏମାନେ ପ୍ରବେଶ କରିଥିବା ବେଳେ ସେଠାରେ ପୂର୍ବରୁ ମରିପଡିଥିବା ସମ୍ବର ସିଙ୍ଘ, ଚମଡା, ଇଣ୍ଡିଆନ୍ ବାଇସନର ଚମଡା ଓ ସିଙ୍ଘ ଇତ୍ୟାଦି ଗୋଟାଉଥିଲେ ।

ଗତ ବର୍ଷ ମଧ୍ୟ ବାଘ ନଖ ଓ ମନିଟର ଲିଜାର୍ଡର ଚମଡା ଜବତ ହୋଇଥିଲା । ତେବେ ପଶ୍ଚିମ ଓଡିଶାରୁ ଛତିଶଗଡକୁ ଏହା ଚୋରା ଚାଲାଣ ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।