କଳା ଓ ସଂସ୍କୃତି ଧର୍ମ

ଦେବୀ ଦେଖିବାକୁ ବ୍ୟାକୁଳ ଶ୍ରଦ୍ଧାଳୁ

ଭୁବନେଶ୍ୱର : ପରଦା ପଛରେ ବିରାଜିଛନ୍ତି ମା’ ଦୁର୍ଗତିନାଶିନୀ। ରୁଦ୍ଧ ମଣ୍ଡପରୁ ସଞ୍ଚରି ଆସୁଛି ଦେବୀମନ୍ତ୍ର। ମାତ୍ର ଭକ୍ତ-ଭଗବାନଙ୍କ ମିଳନରେ ବାଧା ସାଜିଛି କରୋନା କଟକଣା। ପୁଲିସ୍‌ ପ୍ରଶାସନ ଯଦିଓ କଟକଣା ଲଦିଛି, ହେଲେ କିଛି ଶ୍ରଦ୍ଧାଳୁ ନିଜକୁ ଘରେ ଅଟକାଇ ପାରିନାହାନ୍ତି। ମା’ଙ୍କ ଦର୍ଶନ ନ ମି‌ଳିଲେ ବି ମଣ୍ଡପ ଆଡ଼େ ବୁଲି ଆସିବାର ମୋହ ତାଙ୍କୁ ପୂଜା ମଣ୍ଡପ ଯାଏ ଟାଣି ଆଣୁଛି। କିଛି ବ୍ୟକ୍ତି ପୂଜାମଣ୍ଡପ ସମ୍ମୁଖରେ ଟହଲ ମାରୁଥିଲେ। ଭାବୁଥିଲେ, କାଳେ କିଛି ସମୟ ପାଇଁ ପରଦା ଉଠିଯିବ ଓ ମା’ଙ୍କୁ ଦର୍ଶନର ମଉକା ମିଳିଯିବ। ହେଲେ କଡ଼ା କଟକଣା ଶ୍ରଦ୍ଧାଳୁଙ୍କ ଏ ଲାଳସାକୁ ଚରିତାର୍ଥ କରିନଥିଲା। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ସମ୍ମୁଖରେ ଶ୍ରଦ୍ଧାଳୁମାନଙ୍କ ଆବେଗ ହିଁ ବୟାନ କରି ଦେଉଥିଲା, କେତେ କଠୋର ସତେ କରୋନାର ତାଡ଼ନା।
ପୀଠରେ ଅଷ୍ଟମୀ ଥିବା ବେଳେ ପୂଜା ମଣ୍ଡପରେ ଆଜି ଥିଲା ସପ୍ତମୀ। ଅଧିକାଂଶ ମଣ୍ଡପରେ ଆଜି ମା’ଙ୍କ ମୁହଁ ‌ଖୋଲିବାକୁ ଶ୍ରଦ୍ଧାଳୁ ଚାହିଁ ବସିଥାଆନ୍ତି। ସକାଳୁ ଭିଡ଼ ଅସମ୍ଭାଳ ହୋଇଯାଏ। ଚଳିତବର୍ଷ ଅନୁକୂଳ ପାଗ ଦେଇଥିବାରୁ ଖୁବ୍‌ ଭିଡ଼ ଜମିଥାଆନ୍ତା। ହେଲେ ଚିତ୍ର ସମ୍ପୂର୍ଣ୍ଣ ଓଲଟି ଯାଇଛି। ମା’ ଅଛନ୍ତି, ପୂଜା ଚାଲିଛି। କିନ୍ତୁ ମା’ଙ୍କ ଏହି ଲୀଳାଖେଳାକୁ ପ୍ରତ୍ୟକ୍ଷ କରିବାକୁ ଶ୍ରଦ୍ଧାଳୁ ଆସି ପାରୁନାହାନ୍ତି। କିଛି ପ୍ରମୁଖ ପୂଜା ମଣ୍ଡପ ସହ ଦେବୀପୀଠ ସଂଲଗ୍ନ ଥିବା ବେଳେ କିଛି ସ୍ଥାନରେ ଗାଡ଼ି ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଣେ କଟକଣା ଏଡ଼ାଇବା ପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବିଭିନ୍ନ ପୂଜା ମଣ୍ଡପ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିଲା।
ଅନ୍‌ଲାଇନ୍‌ରେ ପୂଜା ଦେଖିଲେ
ପରଦା ପଛରେ ପୂଜା ହେଉଥିବାରୁ ମା’ଙ୍କୁ ଦର୍ଶନର ଅବକାଶ ନଥିଲା। ତେବେ ଏହି ନୈରାଶ୍ୟ ମଧ୍ୟରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ଆଣି ଦେଇଥିଲେ କିଛି ପ୍ରମୁଖ ପୂଜା ମଣ୍ଡପ। ଏନେଇ କିଛି ପୂଜା ମଣ୍ଡପ ପକ୍ଷରୁ ଫେସ୍‌ବୁକ୍‌ ପୃଷ୍ଠା ଓ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ରେ ସିଧା ପ୍ରସାରଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ନିଜ ଅଞ୍ଚଳର ମା’ଙ୍କୁ ଦେଖିବା ଲାଗି ଉତ୍ସୁକ ହୋଇ ଅପେକ୍ଷା କରୁଥିବା ବେଳେ ପୂଜା ମଣ୍ଡପର ଏହି ଆୟୋଜନ କିଛିଟା ଆଶ୍ବସ୍ତି ଆଣିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ