ରାଜ୍ୟ ସ୍ୱାସ୍ଥ୍ୟ

ଦେବଗଡ ଜିଲ୍ଲାରେ ବଢିଲା କୋଭିଡ୍ ସଂକ୍ରମଣ, ସ୍ଥାନାନ୍ତରିତ ହେଲା ଦୈନିକ ପରିବା ବଜାର

ଦେବଗଡ ୧୦।୧: କିଛି ଦିନ ହେବ ଦେବଗଡ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଦେବଗଡ ପୌରପରିଷଦ ପକ୍ଷରୁ ଦୈନିକ ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ସହର ମଧ୍ୟରେ ଥିବା ଦୈନିକ ବଜାରକୁ ପ୍ରଧାନପାଟ ଜଳପ୍ରପାତ ରାସ୍ତା ଓ ରଥଦାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଜନସମାଗମକୁ ନିୟନ୍ତ୍ରିତ କରିବା ପାଇଁ ଦୈନିକ ବଜାରକୁ ଦୁଇଟି ଅଲଗା ଅଲଗା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଦୈନିକ ବଜାର ସ୍ଥାନାନ୍ତରିତ କରାଯିବା ବେଳେ କିଛି ବେପାରୀ ଏହାକୁ ବିରୋଧ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସହାୟତାରେ ଏହା ସ୍ଥାନାନ୍ତରିତ କରାଯାଇଥିଲା । କୋରନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ବଜାର ସ୍ଥାନାନ୍ତରିତ କରାଯାଇଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ହେବା ପରେ ଏହା ପୁଣି ପୂର୍ବସ୍ଥାନକୁ ଫେରିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ