ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର: ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ଓ ଗୁଣ୍ଡାଗର୍ଦ୍ଦି ସୀମା ଅତିକ୍ରମ କରିଛି ବୋଲି ବିଜେଡି ଅଭିଯୋଗ କରିଛି। ସୋମବାର ପୂର୍ବାହ୍ନରେ ଶ୍ରୀ ପାଣିଗ୍ରାହୀ କିଛି ଦଳୀୟ ସମର୍ଥକଙ୍କ ସହ ଯାଇ ଦେବଗଡ଼ ସହରର ଟାଉନ ହଲ୍ ଚାରିପଟେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମାଣ କରାଯାଉଥିବା ଏକ ପାଚେରିକୁ ଭାଙ୍ଗି ଦେବା ସହ ମହିଳାମାନଙ୍କୁ ଧମକଚମକ ଦେଇଛନ୍ତି। ବିଧାୟକଙ୍କ ଏପରି ଆତଙ୍କରାଜକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଇପ୍ସିତା ସାହୁ କହିଲେ ଯେ ଗୋଟିଏ ପଟେ ରାଜ୍ୟ ସରକାର ମା’ମାନଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରୁଥିବାବେଳେ ଅନ୍ୟପଟେ ବିଜେପି ନେତାମାନେ ମା’ମାନଙ୍କୁ ଅପମାନିତ କରୁଛନ୍ତି ଓ ଧମକଚମକ ଦେଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ମହିଳା ବିରୋଧୀ ମନୋଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଉଛି। ଯାହାର ଉଦାହରଣ ଗତକାଲି ଦେବଗଡ଼ରେ ଦେଖିବାକୁ ମିଳିଛି। ଦେବଗଡ଼ ପୌରପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ଏହି ପାଚେରି ନିର୍ମାଣ ଲାଗି ହରିଓମ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଧିବଦ୍ଧ ଭାବେ ୧୪ ଲକ୍ଷ ୬୫ ହଜାର ୩ଶହ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । ସେମାନେ ଏହି କାର୍ଯ୍ୟାଦେଶ ପାଇଲା ପରେ ପାଚେରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ମାତ୍ର ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ଅଚାନକ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କର କିଛି ଗୁଣ୍ଡାଶ୍ରେଣୀୟ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଶାବଳରେ ଏହାକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ।
ସଂପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏପରି ନ କରିବା ଲାଗି ତାଙ୍କୁ ଯେତେ ଅନୁନୟ ବିନୟ ହୋଇଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ବରଂ ଓଲଟି ସେମାନଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ। ଏହି ଘଟଣା ପରେ ଆଇନକୁ ହାତକୁ ନେଇଥିବା ଦେବଗଡ଼ ବିଧାୟକଙ୍କ ବିରୋଧରେ ପୌରପାଳିକା ଏବଂ ହରିଓମ୍ ମହିଳା ଏସ୍ଏଚ୍ଜି ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା। ନିୟମିତ ବ୍ୟବଧାନରେ ଶ୍ରୀ ପାଣିଗ୍ରାହୀ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । ଆଉ ତାଙ୍କ ନେତୃତ୍ୱରେ ଦେବଗଡ଼ରେ ବିଜେପିର ଅନ୍ୟ ନେତା ଓ ଜନପ୍ରତିନିଧିମାନେ ମଧ୍ୟ ଗୁଣ୍ଡାଗର୍ଦ୍ଦି କରିବା ସହ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଏଭଳି ଅପରାଧିକ କାର୍ଯ୍ୟକଳାପ ଓ ଅସାମାଜିକ ଆଚରଣକୁ ବିଜୁ ଜନତା ଦଳ ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯିବା ସହିତ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ବିଧାୟକଙ୍କ ଏଭଳି କଳା କାରନାମା ପାଇଁ ରାଜ୍ୟ ବିଜେପି ଓଡ଼ିଶାର ମା’ମାନଙ୍କୁ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l