ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେଢ଼ ବର୍ଷ ତଳୁ ୫୮୦୦ କଳାକାର କରିଛନ୍ତି ଆବେଦନ: ଅଡିସନ୍‌ ସରିଛି, ମିଳୁନି ଭତ୍ତା

ପୁରୀ : ବର୍ଷବର୍ଷ ଧରି କଳାକୁ ବଞ୍ଚେଇ ରଖିବା ସତ୍ତ୍ବେ କଳାକାର ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ଅନେକ। ଆବେଦନ କରିଛନ୍ତି, କିନ୍ତୁ ଜୀବନର ଅନ୍ତିମ କ୍ଷଣରେ ଲୋଡ଼ୁଥିବା କଳାକାର ଭତ୍ତା ମିଳିବା ସମୟକୁ ଗଡ଼ାଇ ଚାଲିଛନ୍ତି ସରକାର। ଦେଢ଼ ବର୍ଷ ତଳୁ ପ୍ରାୟ ୫୮୦୦ କଳାକାର ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ଚୟନ କମିଟି ଯାଇ ଅଡିସନ୍‌ କରି ଚୟନ ପ୍ରକ୍ରିୟା ସାରିଛି। ଅଥଚ ଆଜିଯାଏ ଭତ୍ତା ମିଳି ପାରିଲା ନାହିଁ।

ପୁରୀ ଜିଲ୍ଲାରେ ୯୬ଜଣଙ୍କୁ ଯୋଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ଆବେଦନ କରିଥିଲେ ୫୮୦୦ କଳାକାର। ଏମାନଙ୍କ ମଧ୍ୟରୁ ୫ ହଜାର ଆବେଦନପତ୍ର ପ୍ରଥମ ପର୍ଯ୍ୟାୟ‌ରେ ଯାଞ୍ଚ କରି ଚୟନ କରାଯାଇଥିଲା। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ଆବେଦନପତ୍ରର ସତ୍ୟାସତ୍ୟ ଯାଞ୍ଚ ପାଇଁ ବ୍ଲକ୍‌ ପ୍ରଶାସନ ଓ ତହସିଲ ପକ୍ଷରୁ ମିଳିତ ଭାବେ ଏକ କମିଟି ଗଠନ କରାଯାଇଥିଲା। ଇତିମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ହେଁ କେଉଁ କଳାକାର ବାସ୍ତବରେ ଭତ୍ତା ପାଇବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଇତିମଧ୍ୟରେ କିଛି କଳାକାରଙ୍କର ଦେହାନ୍ତ ହୋଇଯାଇଛି।

ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ବସନ୍ତ ପ୍ରଧାନ କହିଛନ୍ତି, ୨୦୧୮ ମସିହାରେ ୩୦ଟି ପାରମ୍ପରିକ କଳାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କଳାକାର ନୁହନ୍ତି। ବହୁ ଅଣକଳାକାରଙ୍କୁ ପ୍ରମାଣପତ୍ର ବାଣ୍ଟିଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏନେଇ ପୂର୍ବରୁ ଜଣେ କଳାକାର ଭାବେ ଅଭିଯୋଗ କରି ଆସିଥିଲି। କିନ୍ତୁ ବାସ୍ତବତା ବୁଝିବା ପରେ ଚୁପ୍‌ ରହିବାକୁ ପଡ଼ିଥିଲା। ଆବେଦନ ସଂଖ୍ୟା ଯେତେ ବଢ଼ିଲେ ବି ସମସ୍ତେ ଭତ୍ତା ପାଇବେ ନାହିଁ। ସୀମିତ ସଂଖ୍ୟଙ୍କ କଳାକାରଙ୍କୁ ଭତ୍ତା ଦିଆଯିବାର ବ୍ୟବସ୍ଥା ରହିଛି। ଭତ୍ତା ପାଉଥିବା କଳାକାରଙ୍କ ମଧ୍ୟରୁ ପ୍ରାୟ ୧୦୫ ଜଣ କଳାକାରଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଅନ୍ୟମାନଙ୍କ ନାଁ ଯୋଡ଼ାଯିବ। ସେଇ ଭିତ୍ତିରେ ବରିଷ୍ଠତାକୁ ଗୁରୁତ୍ବପୂର୍ବକ ଏହି ତାଲିକାରେ ଯୋଡ଼ିବା ପାଇଁ ପୂର୍ବରୁ ଅଡିସନ୍‌ ହୋଇଛି ବୋଲି ସେ କହିଛନ୍ତି।

ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ପୁରୀ ଜିଲ୍ଲାରେ ୧୭୮୧ ଜଣ କଳାକାର ୧୨୦୦ ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି। ଅନ୍ୟ ଆବେଦନକାରୀଙ୍କର ଅଡିସନ୍‌ ସରିଛି। ଖୁବଶୀଘ୍ର ଯୋଗ୍ୟ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ତାଲିକାରେ ଯୋଡ଼ିହେବେ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।