ଦେଶ ବିଦେଶ ମନୋରଞ୍ଜନ

ଦେଖନ୍ତୁ ଛାତ୍ରଛାତ୍ରୀଙ୍କ ସହ ତାଳରେ ତାଳ ମିଳାଇ କିପରି ନାଚୁଛନ୍ତି ମହିଳା ଆଇଏଏସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡିଆ ପର୍ଯ୍ୟନ୍ତ ସମସ୍ତେ ଧମାଲ କରୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା କିଛି ଭିଡିଓ ରାତାରାତି ଭାଇରାଲ ହୋଇଯିବା ହେତୁ , ଉକ୍ତ ଭିଡିଓରେ ଥିବା ବ୍ୟକ୍ତି ବି ଚର୍ଚ୍ଚାକୁ ଚାଲି ଆସିଥାଆନ୍ତି।

ଏହି କ୍ରମରେ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେରଳର ଜଣେ ଆଇଏଏସ୍ ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ବି କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଥିବା ମହିଳା ଆଇଏଏସଙ୍କ ନାମ ଦିବ୍ୟା ଏସ ଅୟର ବୋଲି ଜଣାପଡ଼ିଛି। ଦିବ୍ୟା କେରଳର ପଥାନାମଥିଟ୍ଟା ଜିଲ୍ଲାର ଡିଏମ୍ ରହିଛନ୍ତି।

ଭିଡିଓରେ ଆଇଏଏସ୍ ଦିବ୍ୟା ରଣଭୀର ସିଂ-ଦୀପିକା ପାଦୁକୋନଙ୍କ ଅଭିନୀତ ସିନେମା ଗୋଲିୟୋ କି ରାସଲିଲା ରାମ-ଲୀଲା ଗୀତରେ ‘ନଗାଡା ସଙ୍ଗ ଢ଼ୋଲ …’ ଗୀତରେ ଛାତ୍ରମାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି।

ଏହା କୁହାଯାଉଛି ଯେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଏମଜି ୟୁନିଭରସିଟି, କେରଳ)ର କଳା ମହୋତ୍ସବର ପ୍ରସ୍ତୁତି ବିଷୟରେ ବୁଝିବା ପାଇଁ ଡିଏମ୍ ଷ୍ଟାଡିୟମରେ ପହଞ୍ଚିଥିଲେ, ଯେଉଁଠାରେ ଛାତ୍ରଛାତ୍ରୀମାନେ ନୃତ୍ୟ ଅଭ୍ୟାସ କରୁଥିଲେ। ଛାତ୍ରଛାତ୍ରୀଙ୍କୁ ନୃତ୍ୟ କରୁଥିବା ଦେଖି ଡିଏମ ଦିବ୍ୟା ବି କିଛି ସମୟ ପାଇଁ ଠୁମକା ଲଗାଇ ଦେଇଥିଲେ।

ଏହି ଭିଡିଓ ଫେସବୁକରେ ଅଜିନ ପଥାନାମଥିଟ୍ଟା ନାମକ ଜଣେ ବ୍ୟବହାର ‌ସେୟାର କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ