କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦୃଷ୍ଟିହୀନ କଳାକାର ନିଜାମୀଙ୍କ କଣ୍ଠରେ ଜଗନ୍ନାଥ ଭଜନ ରେକର୍ଡିଂ କଥା ରଖିଲେ ବର୍ଷା

କିଶନନଗର : ‘ନୀଳ କନ୍ଦରରେ ନୀଳ କନ୍ଦର.. କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ଦୃଷ୍ଟିହୀନ କଳାକାର ଅବ୍‌ଦୁଲ୍‌ ସମଦ୍‌ ନିଜାମୀଙ୍କ କଣ୍ଠରେ ଏହି ଜଗନ୍ନାଥ ଭଜନର ଆଜି ରେକର୍ଡିଂ ହୋଇଛି ସିଡିଏ ସେକ୍ଟର-୯ ସ୍ଥିତ ପ୍ରତିଭା ଷ୍ଟୁଡିଓରେ। ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମରେ ଆଜି ଏଭଳି ରେକର୍ଡିଂ ହୋଇଥିବା ବେଳେ ଷ୍ଟୁଡିଓରେ ବର୍ଷା ଓ ଅବ୍‌ଦୁଲ୍‌ ସମଦ୍‌ ନିଜାମୀଙ୍କୁ ପ୍ରୋତ୍ସାହିତ କରୁଥିବା ଅବସରପ୍ରାପ୍ତ ଶିକ୍ଷକ, ସାରସ୍ବତ ସାଧକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ରେକର୍ଡିଂ ପାଇଁ ବର୍ଷା ଏକ ଗାଡ଼ି ପଠାଇ ସମଦ୍‌ଙ୍କୁ ଷ୍ଟୁଡ଼ିଓକୁ ଆଣିଥିଲେ।

ସୂଚନାଯୋଗ୍ୟ ଯେ ୧୯୭୪ ମସିହାରେ ଦୃଷ୍ଟିହୀନ କଳାକାର ଅବ୍‌ଦୁଲ୍‌ ସମଦ୍‌ ନିଜାମୀ କଟକ କଳାବିକାଶ କେନ୍ଦ୍ରରେ ତବଲା ବାଦନ ଶିଖିବାକୁ ଯାଇଥିଲେ। ସେଠାରେ ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳଙ୍କ ସଂସ୍ପର୍ଶରେ ଆସି ସେ ଜଗନ୍ନାଥଙ୍କ ଭଜନ ଓ ଜଣାଣ ଗାଇବା ଆରମ୍ଭ କରିଥିଲେ। ଦୀର୍ଘ ୪୩ ବର୍ଷ ଧରି ସୁଲଳିତ କଣ୍ଠରେ ଜଗନ୍ନାଥଙ୍କ ଭଜନ ଓ ଜଣାଣ ଗାଉଥିବା ଦ୍ଵିତୀୟ ସାଲବେଗ ଭାବେ ପରିଚିତ ସମଦ୍‌ଙ୍କ ସମ୍ପର୍କରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଭତ୍ତା, ସରକାରୀ ଆବାସରୁ ବଞ୍ଚିତ ହୋଇଥିବା ଏହି ଦୃଷ୍ଟିହୀନ କଳାକାର ନୁଆଁଣିଆ ଚାଳଘରେ ଦୁର୍ଦ୍ଦିନରେ କାଳ କାଟୁଥିବା ଏବଂ କରୋନା ସମୟରେ ରୋଜଗାର ନ ଥିବାରୁ ତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଥିବା ସଂପର୍କରେ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟ ପଢି ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକଙ୍କ ସମେତ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଥିଲେ। ସେହିପରି ସିନେ ତାରକା ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ସାକ୍ଷାତ କରି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ବର୍ଷା ନିଜ ପ୍ରତିଶ୍ରୁତି ରକ୍ଷା କରି ସମଦ୍‌ଙ୍କ କଣ୍ଠରେ ଭଜନ ରେକର୍ଡିଂର ବ୍ୟବସ୍ଥା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,