ରାଜ୍ୟ ସ୍ୱାସ୍ଥ୍ୟ

ଦୁସ୍ଥ ନିଶ୍ପେଷିତ ବାସଗୃହ ବିହିନ ସମାଜସେବୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

କନ୍ଧମାଳ-କନ୍ଧମାଳ କିଲ୍ଲା ଫିରିଙ୍ଗିଆ ବ୍ଲକ୍ କେଳାପଡା ଗ୍ରାମପଚାଂୟତର ଜୟଲମ୍ବା ଗ୍ରାମର ଜତନ କହଁର ବୟଷ -୬୭ ବର୍ଷ । ବୃତିରେ ସମାଜ ସେବା । ଜେତେବେଳେ ତାଙ୍କୁ ୨୨ ବର୍ଷ ସେବେ ଠାରୁ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ନିଜର ଭବିଶ୍ୟତ କଥା କି ଜୀବନ ଜିବିକା କେବେ ଚିନ୍ତା କରିନାହାନ୍ତି । ଦିର୍ଘ ୪୫ ବର୍ଷ ଧରି ସମାଜର ବିଭିନ୍ନ ଶ୍ରେଣିର ଲୋକଙ୍କ ପାଇଁ ସେବା କରି ଆସୁଛନ୍ତି । ଗ୍ରାମାଚଂଳରେ ଶିକ୍ଷା ,ସ୍ବାସ୍ଥ୍ୟ , ଅନ୍ଧବିଶ୍ବାସ ସଚେତନ ଦିଗରେ ଗାଁ ଗାଁ ବୁଲି କାମକରନ୍ତି । ଦିର୍ଘଦିନ ଚାଲି ଚାଲି ବୁଲି ସମାଜ କାମ କରୁଥିବା ପରିପେକ୍ଷିରେ ତାଙ୍କର ଆଜିର ଉନ୍ନତି କହିଲେ ସେକେଣ୍ତହେଣ୍ତ ସାଇକେଲଟିଏ । ତାଙ୍କର ଜୀବନ କାଳ ମଧ୍ୟରେ କାମ କରୁଥିବା ଅବସ୍ଥାରେ ଯେଉଁଠି ରାତ୍ର ହୁଏ ସେଇଟା ତାଙ୍କ ର ଅଶ୍ରୟ ସ୍ଥଳି । ୪୫ ବର୍ଷର ସମାଜ ସେବା ଯାତ୍ରାରେ ନିଜର ମୁଣ୍ତ ଜୁଞିବାକୁ କୁଡିଆ ଟିଏ ନାହିଁ । କାମ କରିବା ଭିତରେ ଯେଉଁଗାଁରେ ରାତ୍ର ହୁଏ ସେହି ଗାଁରେ ମଣ୍ତପ ତାଙ୍କ ର ରାତ୍ର ଜାପନର ଆଶ୍ରୟ ସ୍ଥଳି । ଖାଇବା ଲୋକଙ୍କ ଦାନ କିମ୍ବା କିଛି ସ୍ବେଛାସେବୀ ସାଗଂଠନର ରେମୁନେସନ ଚଳିଜାଉଥିଲେ । ତାଙ୍କ ଜୀବନ ରେ କାମ ଆରମ୍ଭ କରନ୍ତି ନିଜେ ଗଠନ କରନ୍ତି ନବୋଦୟ ଯୁବକସଂଘ ଓ ଯୁବକ ସଂଘ ଦ୍ବାରା ନିଜ ଗାଁର ପୁଣିର୍ମାଣ କାମରେ ଲାଗି ପଡିଥିଲେ ତାଙ୍କର ଯୁବକ ଅବସ୍ଥାରେ । ପରବର୍ତି ଟାଗୋର ସୋସାଇଟି ଫର ରୁରାର ଡେଭଲ୍ପମେଣ୍ଟ ରେ ଫିରିଙ୍ଗିଆ ବ୍ଲକର ବିଭି୍ନ୍ନ ଗ୍ରାମ ବୁଲି ବୁଲି ସମାଜ କାମ କରି ଛନ୍ତି । ପରବର୍ତି ସଂଗଠନ ତାଙ୍କର ” ଅଗ୍ରଗାମୀ ” ରେବି ବହୁତ ଦିନ ଲୋକଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ” ଆରସ୍ମିନି ” ସ୍ବେଛାସେବୀ ସଂଗଠନରେ ମହିଳା ମାନଙ୍କର କୋଠ ପାଣ୍ଠି ଆତ୍ମନିର୍ଭରଶିଳ ଉପରେବି କାକ କରି ଛନ୍ତି । ଦିର୍ଘ ୪୫ ବର୍ଷର ସମାଜ ସେବା କରିବାପରେ କୁଇ ସମାଜର ବି ଜଣେ ସଚେତକ ସାମାଜିକ କର୍ମି ।
ବହୁତ ଲୋକଙ୍କର ସେବା ଥଇଥାନ ସଚେତନ , କରିକରି ସେ ନିଜକୁ ଭୁଲି ଜାଇଛନ୍ତି । ଆଜି ଜାଜୀର୍ଣ ଅବସ୍ଥାରେ ତାଙ୍କ ପାଖରେ ମୁଣ୍ତଗୁଞିବାକୁ ଗୃହ ଖଣ୍ତେ ନାହିଁ କି ବାର୍ଦ୍ଧକ୍ୟ ଭତା ବ୍ୟତିତ ନିଜର ବୋଲି କିଛି ନାହିଁ ! ସେତେବେଳେ ବାହାରେବୁଲି କାମ କରି ପାରୁଥିଲେ ବୋଲି ଗ୍ରାମ ବିଭିନ୍ନ ଗ୍ରାମର ଗ୍ରାମ ମଣ୍ତପ ତାଙ୍କର ରାତ୍ର ଆଶ୍ରୟ ସ୍ଥଳି ଥିଲା । ଅଜି ଲୋକଙ୍କ ବାରଣ୍ତା ଆଶ୍ରୟ ସ୍ଥଳି । ସ୍ବାଧିନତାର ୭୪ ବର୍ଷ ପରେବି ଗୃହ ଖଣ୍ତେ ନ ପାଇ ଜଣେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମାଜ ସେବୀ ଫୁଟ୍ ଫାଥ କିମ୍ବା କାହା ବାରାଣ୍ତାରେ ମୃତ୍ୟ କରିବାକୁ ଅପେକ୍ଷା । ମଣିଷ ମଣିଷ ପରି ଶେଷ ଜୀବନ ମୁଣ୍ତ ଉପରକୁ ଛାତ ଟିଏ ବା କୁଡିଆ ଟିଏ ସରକାରଙ୍କ ତରଫରୁ ମିଳିଲେ ସେ ସରକାର ଓପ୍ରଶାସନକୁ କୋଟି କୋଟି ସଲାମ କରିବେ ବୋଲି ପ୍ରକାସ କରିଛନ୍ତି
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ