ଅପରାଧ ରାଜ୍ୟ

ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍

ନୟାଗଡ଼ : ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଓ ୨୫ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ରାୟ ‌ଦେଇଛନ୍ତି।

ଦୋଷୀ ଜଣକ ଶରଣକୁଳ ଥାନା ନୂଆଗାଁ ଲଡ଼ୁକେଶ୍ବରପୁରର ମୁରଲୀ ନାୟକଙ୍କ ପୁଅ କାହ୍ନୁ ନାୟକ(୨୨)। ୨୦୧୬ ଅଗଷ୍ଟ ମାସରେ କାହ୍ନୁ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ରାତିରେ ଘରେ ଶୋଇଥିବା ବେଳେ, କାହ୍ନୁ କୌଶଳକ୍ରମେ ତାଙ୍କ ଘରେ ପଶିଥିଲା। ଯୁବତୀ ଜଣକ ପ୍ରତିବାଦ କରିବାରୁ ସେ ତାଙ୍କ ପାଟିରେ ଗାମୁଛା ମାଡ଼ି ପାଟି ଚୁପ୍‌ କରାଇ ଦେଇଥିଲା। ଏନେଇ ଯୁବତୀଙ୍କ ପକ୍ଷରୁ ଶରଣକୁଳ ଥାନାରେ ମାମଲା ରୁଜୁ ହୋଇଥିଲା। ନୟାଗଡ଼ ମହିଳା କୋର୍ଟରେ ମାମଲା ଚାଲିଥିବା ଥିବା ବେଳେ ତ୍ୱରିତ ବିଚାର ନିମନ୍ତେ କିଛି ମାସ ତ‌ଳେ ଏହା ଫାଷ୍ଟ ଟ୍ରାକ୍‌ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା। ୧୨ ଜଣ ସାକ୍ଷୀ, ମେଡିକାଲ ରିପୋର୍ଟ, ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କ ଯୁକ୍ତିକୁ ତର୍ଜମା କରି ବିଚାରପତି ଦୋଷୀକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।