ରାଜ୍ୟ

ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଶାରୀରିକ ସଂପର୍କ ପାଇଁ ସମ୍ମତି ନଥିଲା ବୋଲି ପୀଡ଼ିତା କେବଳ କହିଦେଲେ ହେବ ନାହିଁ

କଟକ: ଶାରୀରିକ ସଂପର୍କ ଲାଗି ସମ୍ମତି ନଥିଲା ବୋଲି ଦୁଷ୍କର୍ମ ପୀଡ଼ିତା କେବଳ କହିଦେଲେ ଯଥେଷ୍ଟ ନୁହେଁ। ଏଥିପାଇଁ ଅଦାଲତରେ ଶୁଣାଣି ସମୟରେ ସଂପୂର୍ଣ୍ଣ ସାକ୍ଷ୍ୟପ୍ରମାଣ ରଖିବାକୁ ପଡିବ। ସବୁ ତଥ୍ୟ ପ୍ରମାଣକୁ ବିଚାର କରି ନିମ୍ନ ଅଦାଲତ ରାୟ ଦେଇ ପାରିବେ। ଏଭଳି ରାୟ ସହିତ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁନ୍ଦରଗଡ଼ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
ଆବେଦନକାରୀଙ୍କ ବିରୋଧରେ ଆଇପିସିର ଦଫା ୩୭୬(୨)(ଏନ) ଓ ୫୦୬ରେ ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ ବିଫଳ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ପ୍ରଥମ ଥର ଶାରୀରିକ ସଂପର୍କ ଜୋର ଜବରଦସ୍ତ ରଖାଯିବା ସହ କାହା ଆଗରେ ଏହି କଥା ପ୍ରକାଶ ନ କରିବାକୁ ଧମକ ଦିଆଯାଇଥିଲା ବୋଲି ପୀଡିତ ବୟାନରେ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଦିନ ଆବେଦନକାରୀଙ୍କ ସହିତ ପୀଡିତା ନିଜ ଇଚ୍ଛାରେ ଘଞ୍ଚ ଜଙ୍ଗଲକୁ ଯାଉଥିଲେ। ସେଠାରେ ଉଭୟ ଶାରୀରିକ ସଂପର୍କ ରଖୁଥିଲେ। ସେ ସାତ ମାସର ଗର୍ଭବତୀ ଥିବା ନେଇ ଜଣା ପଡିବା ପର୍ଯ୍ୟନ୍ତ ଏହି ପ୍ରସଂଗରେ ପୀଡିତା କାହା ଆଗରେ ଅଭିଯୋଗ କରି ନଥିଲେ କି ଆବେଦନକାରୀଙ୍କ ଶାରୀରିକ ରଖିବାକୁ ନେଇ କୌଣସି ପ୍ରତିବାଦ କରି ନଥିଲେ। ଆବେଦନକାରୀ ଜଣେ ବିବାହିତ ବ୍ୟକ୍ତି ବୋଲି ପୀଡିତା ଭଲ ଭାବେ ଜାଣିଥିଲେ। ତେଣୁ ବିବାହ ପ୍ରତିଶ୍ରୁତି ପ୍ରସଂଗ ଉଠୁ ନାହିଁ।

ଏଭଳି ସ୍ଥିତିରେ ଆବେଦନକାରୀଙ୍କ ବିରୋଧରେ ଦୁଷ୍କର୍ମ ଓ ଧମକ ଦେବା ନେଇ ରହିଥିବା ଅଭଯୋଗ ପ୍ରମାଣିତ ହେଉ ନାହିଁ ବୋଲି ହାଇକୋର୍ଟ ମତ ଦେବା ସହିତ ନିମ୍ନ ଅଦାଲତଙ୍କ ୨୦୧୮, ଅଗଷ୍ଟ ୧୪ର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। ଏହି ମାମଲାରେ ଜେଲରେ ଥିବା ଆବେଦନକାରୀ ଶାନ୍ତନୁ କଉଡିଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ପୀଡିତାଙ୍କୁ ପୀଡିତା କ୍ଷତିପୂରଣ ଅାଇନ ଅନୁସାରେ ୧ ଲକ୍ଷ ୩୫ ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି ଅର୍ଥ ପୀଡିତାଙ୍କ ନିକଟରୁ ଫେରାଇ ନିଆଯିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶାନ୍ତନୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ‌ଯେ ପୀଡିତା ଦୁଷ୍କର୍ମର ପୀଡିତ ହୋଇ ୭ ମାସର ଗର୍ଭବତୀ ହୋଇଥିବା ନେଇ ସୁନ୍ଦରଗଡ଼ ସଦର ଥାନାରେ ୨୦୧୩, ଅଗଷ୍ଟ ୧୪ରେ ଏତଲା ରୁଜୁ ହୋଇଥିଲା। ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ୧୭ ବର୍ଷୀୟା ପୀଡିତା ଜଙ୍ଗଲକୁ ସବୁଦିନ ଛେଳି ଚରାଇବାକୁ ଯାଉଥିବା ବେଳେ ଆବେଦନକାରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ନିମ୍ନ ଅଦାଲତଙ୍କ ୨୦୧୮, ଅଗଷ୍ଟ ୧୪ର ରାୟକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆମିକସ କ୍ୟୁରୀ ଅକ୍ଷୟ କୁମାର ବେଉରା ମାମଲା ପରିଚାଳନା କରୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।