ଦେଶ ବିଦେଶ ମନୋରଞ୍ଜନ

ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଉଚିତ୍: କଙ୍ଗନା

ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏପରିକି ସାଉଦି ଆରବ ଭଳି ଏଠାରେ ଦୁଷ୍କର୍ମ କରୁଥିବା ବ୍ୟକ୍ତି ତଥା ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଲୋକଙ୍କୁ ଫାଶୀ ଦିଆଯାଉ ବୋଲି ଅଭିନେତ୍ରୀ କଙ୍ଗନା ରଣାଵତ୍ କହିଛନ୍ତି। ଭୋପାଳ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ କଙ୍ଗନା ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହା ସହିତ କଙ୍ଗନା ଆହୁରି ବି କହିଛନ୍ତି, ଆମ ଦେଶର ଆଇନ୍‌ ପାଇଁ ନାରୀମାନେ ଆଗକୁ ଆସି ଅଭିଯୋଗ କରିବାକୁ ଚାହୁନାହାନ୍ତି। ଦୀର୍ଘ ବର୍ଷ ଧରି ପୀଡ଼ିତାଙ୍କୁ ନ୍ୟାୟ ଦେବା ପ୍ରତିବଦଳରେ ବାରମ୍ବାର ସେହି କଥା ଦୋହରାଇବାକୁ ପଡ଼େ। ତେଣୁ ଯେଉଁ ପର୍ଯ୍ୟନ୍ତ ଏହି ନିୟମରେ ପରିବର୍ତ୍ତନ ନ ଆସିଛି ତଥା ଦେଶରୁ ଦୁଷ୍କର୍ମ ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ମୁଁ ସାଉଦି ଆରବର ନିୟମ ବିଷୟରେ ଉଦାହରଣ ଦେବି ବୋଲି କଙ୍ଗନା କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ