କଳା ଓ ସଂସ୍କୃତି ଧର୍ମ

ଦୁର୍ଯ୍ୟୋଧନଙ୍କ କନ୍ୟା ସହ ଶ୍ରୀକୃଷ୍ଣ କାହିଁକି ନିଜ ପୁଅର ବିବାହ କରିଥିଲେ ଜାଣନ୍ତୁ …

ମହାଭାରତର କେତେକ ଉପକଥା ସମ୍ପର୍କରେ ଆମର ଧାରଣା ନଥାଏ । କିନ୍ତୁ ଏହି ସବୁ ଉପକଥା ବେଶ ରୋଚକ ହୋଇଥାଏ । ସେମିତି ଏକ ରୋଚକ କାହାଣୀ ହେଉଛି ଶ୍ରୀକୃଷ୍ଣଙ୍କ ପୁଅ ଓ ଦୁର୍ଯ୍ୟୋଧନଙ୍କ ଝିଅର ବିବାହ । ସମସ୍ତେ ଜାଣନ୍ତି ଶ୍ରୀକୃଷ୍ଣ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥିଲା । କୃଷ୍ଣ ପାଣ୍ଡବଙ୍କ ହିତୈଷୀ ହୋଇଥିବାରୁ ଶ୍ରୀକୃଷ୍ଣଙ୍କୁ ଦୁର୍ଯ୍ୟୋଧନ ଶତ୍ରୁ ବୋଲି ବିବେଚନା କରୁଥିଲେ । ସେହିଭଳି ଅଧର୍ମ ପଥରେ ଦୁର୍ଯ୍ୟୋଧନ ପରିଚାଳିତ ହେଉଥିବାରୁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କୁ ଭଲ ପାଉନଥିଲେ ।
ତେବେ ଆଶ୍ଚର୍ଯ୍ୟର କଥା ଏ ଦୁଇ ଶତ୍ରୁଙ୍କ ପୁଅ ଝିଅଙ୍କ ମଧ୍ୟରେ ବିବାହ ହୋଇଥିଲା । କେବଳ ସେତିକି ନୁହଁ ଏହି ବିବାହରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ କୋଦ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ଅନେକ ପୁତ୍ରଙ୍କ ମଧ୍ୟରୁ ଶାମ୍ବ ଅତି ପ୍ରସିଦ୍ଧ ଓ ବିଶିଷ୍ଟ ଯୋଦ୍ଧା ମଧ୍ୟ । ଶାମ୍ବଙ୍କୁ ଶ୍ରୀକୃଷ୍ଣ ବହୁତ ଭଲ ପାଉଥିଲେ । ତେବେ ଶାମ୍ବ ଭଲ ପାଇ ବସିଥିଲେ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣାଙ୍କୁ ।
ଶାମ୍ବଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ନିଜ ପିତା ଦୁର୍ଯ୍ୟୋଧନଙ୍କୁ ଲକ୍ଷ୍ମଣା ଜଣାଇଥିଲେ । ତେବେ ନିଜ କନ୍ୟାକୁ କୌଣସିମତେ ଶତ୍ରୁର ପୁତ୍ର ସହ ବିବାହ ଦେବାକୁ ଦୁର୍ଯ୍ୟୋଧନ ରାଜି ନଥିଲେ ।ନିଜ କନ୍ୟାର ଇଚ୍ଛାକୁ ଉପେକ୍ଷା କରି ଦୁର୍ଯୋୟଧନ କନ୍ୟା ଲକ୍ଷ୍ମଣାଙ୍କ ପାଇଁ ସ୍ବୟମ୍ବରର ଆୟୋଜନ କରିଥିଲେ । ହେଲେ ଏହି ସ୍ବୟମ୍ବରକୁ ଯାଦବମାନଙ୍କୁ ନିମନ୍ତ୍ରଣ କରିନଥିଲେ । ପିତାଙ୍କ ଏଭଳି କାର୍ଯ୍ୟରେ ଲକ୍ଷ୍ମଣା ଅସନ୍ତୁଷ୍ଟ ହେଲେ ମଧ୍ୟ କିଛି କରିବାର ଉପାୟ ନଥିଲା ।
ତେବେ ସ୍ବୟମ୍ବରକୁ ଆମନ୍ତ୍ରିତ ହୋଇନଥିଲେ ମଧ୍ୟ ନିଜ ସୈନ୍ୟସାମନ୍ତ ନେଇ କୃଷ୍ଣଙ୍କ ପୁତ୍ର ଶାମ୍ବ ସ୍ବୟମ୍ବରରେ ପହଞ୍ଚିବା ସହ ଲକ୍ଷ୍ମଣାଙ୍କୁ ଅପହରଣ କରିନେଇଥିଲେ । ଫଳରେ ଦୁର୍ଯ୍ୟୋଧନ ନିଜ ସେନା ବାହିନୀ ସହ ଶାମ୍ବଙ୍କ ପିଚ୍ଚା କରି ଶାମ୍ବଙ୍କ ସହ ଯୁଦ୍ଧ କରିଥିଲେ । ଯୁଦ୍ଧରେ ଶାମ୍ବ ପରାସ୍ତ ହୋଇଥିଲେ ଏବଂ ଦୁର୍ଯ୍ୟୋଧନ ତାଙ୍କୁ ବନ୍ଦୀ କରିଦେଇଥିଲେ ।
ଏକଥା ଶୁଣିବାପରେ ବଳରାମ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇ ଶାମ୍ବଙ୍କୁ ମୁକ୍ତ କରିବା ସହ ଲକ୍ଷ୍ମଣା ଓ ଶାମ୍ବଙ୍କ ବିବାହ କରାଇବା ଲାଗି ଦୁର୍ଯ୍ୟୋଧନଙ୍କୁ ବହୁ ବୁଝାଇଥିଲେ । ତେବେ ଦୁର୍ଯ୍ୟୋଧନ କୌଣସି କଥା ଶୁଣିବା ପରିସ୍ଥିତିରେ ନଥିଲେ । ଶେଷରେ ବାଧ୍ୟ ହୋଇ ଶ୍ରୀକୃଷ୍ଣ ନିଜେ ଦୁର୍ଯ୍ୟୋଧନଙ୍କ ନିକଟେ ପହଞ୍ଚିଥିଲେ ଓ ଦୁର୍ଯ୍ୟୋଧନଙ୍କୁ ବୁଝାଇଥିଲେ ।
ଶ୍ରୀକୃଷ୍ଣ କହିଥିଲେ ଯେ, ‘ଆମ ଭିତରର ଶତ୍ରୁତା ପାଇଁ ପିଲାମାନଙ୍କ ଇଚ୍ଛା ଓ ସେମାନଙ୍କ ପ୍ରେମକୁ ଅସମ୍ମାନ କରିବା ଠିକ ହେବ ନାହିଁ । ଏହା ଫଳରେ ଉଭୟେ ଦୁଃଖୀ ରହିବେ । ପରସ୍ପର ସେମାନେ ଯଦି ସୁଖରେ କାଳାତିପାତ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ତାକୁ ସମ୍ମାନ କରିବା କଥା ।‘ ଏହିଭଳି ବହୁତ ବୁଝାଇବା ପରେ ଦୁର୍ଯ୍ୟୋଧନ ରାଜି ହୋଇଥିଲେ । ଶେଷରେ ଶାମ୍ବ ଓ ଲକ୍ଷ୍ମଣାଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ