ଅପରାଧ ରାଜ୍ୟ

ଦୁର୍ବ୍ୟବହାର କଲେ ପୌରଧ୍ୟକ୍ଷା, ସବୁ ସହିବା ପରେ ବି ପୌର ନିର୍ବାହୀ ଅଧିକାରୀଙ୍କୁ ବଦଳି

ଯାଜପୁର, ୧୬।୧୧: ପୌର ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର। ଗାଳିଗୁଲଜ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଲେ ପୌରାଧ୍ୟକ୍ଷା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ସୂଚନା ମୁତାବକ ୮ ନଂ ଓ୍ବାର୍ଡରେ ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ NOC ଦେବାପରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

ଗତକାଲି ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କୁ ନିଜ ଚାମ୍ବରକୁ ଡ଼ାକି କେତେଜଣ କାଉଁସିଲରଙ୍କ ସମ୍ମୁଖରେ ଗାଳିଗୁଲଜ କରିବା ସହ ଏକ ଫାଇଲ୍ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫୋପାଡିଥିଲେ। ପରେ‌ ସର୍ବସମ୍ମୁଖରେ ଅପଦସ୍ତ ହୋଇ ନିର୍ବାହୀ ଅଧିକାରୀ ସେଠାରୁ ଚାଲି ଯାଇଥିଲେ। ପୂର୍ବରୁ ମଧ୍ୟ ପୌରାଧ୍ୟକ୍ଷା ଏହି ନିର୍ବାହୀ ଅଧିକାରୀଙ୍କୁ ଅନେକଥର ଦୁର୍ବ୍ୟବହାର କରିଥିବା କଥା ସାମ୍ନାକୁ ଆସିଥିଲା। ଗତ କିଛିଦିନ ତଳେ ପୌର ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍‌ ମେସିନ ଲଗାଇବାକୁ ନେଇ ମଧ୍ୟ ନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ କରିଥିଲେ ପୌରାଧ୍ୟକ୍ଷା।

ତେବେ ଗତକାଲିର ଏହି ଘଟଣା ସବୁ ସୀମା ଟପି ଯାଇଛି । ଜଣେ ସରକାରୀ ଅଧିକାରୀଙ୍କୁ ଜଣେ ଜନପ୍ରତିନିଧିଙ୍କ ଏପରି ଦୁର୍ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉଛି। ସେପଟେ ଦିନରେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି। ପୌରାଧ୍ୟକ୍ଷାଙ୍କ ଏପରି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାହୀ ଅଧିକାରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।