ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ବାସନ୍ଦ, କଙ୍ଗାରୁ କୋର୍ଟ ଦ୍ବାରା ଦଣ୍ଡ ଘୋଷଣା

ପ୍ରତାପୁର : ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କଙ୍ଗାରୁ କୋର୍ଟ ଚଳାଇଥିବା ସ୍ଥାନୀୟ ନେତା, ଟାଉଟର୍‌ ଓ ତଥାକଥିତ ମୁଖିଆଙ୍କ ରୋଷର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ତାରସିଂ ଥାନା ଅଧୀନ ରାମ୍ପ ଗ୍ରାମର ପ୍ରସନ୍ନ ଜାନି। ଦଣ୍ଡବିଧାନ ସ୍ବରୂପ ମାସେରୁ ଅଧିକ କାଳ ହେଲା ତାଙ୍କ ପରିବାର ବାସନ୍ଦ ଜୀବନ କାଟୁଛନ୍ତି। ଆକ୍ରମଣରେ ତାଙ୍କ ଦୁଇ ହାତ ଭାଙ୍ଗିଯାଇଛି। ଏବେ ସେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଘରୁ ବାହାରକୁ ବାହାରିବା ଉପରେ ମଧ୍ୟ କଡ଼ା କଟକଣା ଲାଗିଛି। ସାହିପଡ଼ିଶା ଭୟରେ ପ୍ରସନ୍ନଙ୍କ ପରିବାର ସହ କଥାବାର୍ତ୍ତା କରୁନାହାନ୍ତି। ଏ ନେଇ ବିହିତ ପଦକ୍ଷେପ ନେବାକୁ ପ୍ରସନ୍ନ ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ଗାଁରେ ଥିବା ଗ୍ରାମବିକାଶ ସଂଗଠନର ଏକ ପୁରୁଣା କୋଠାରେ ରଙ୍ଗ ଦେଇ ନୂତନ କୋଠଘର ନାମରେ ମିଥ୍ୟା ବିଲ୍ କରାଯାଇଥିଲା। ଏହାକୁ ପ୍ରସନ୍ନ ବିରୋଧ କରିବା ସହ ଅଧିକାରୀଙ୍କ ପାଖରେ ଅଭିଯୋଗ କରି ଆସୁଥିଲେ। ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଆକ୍ରୋଶର ଶିକାର ହେଲେ। ଗତ ମାସ ୧୯ ତାରିଖରେ ଗ୍ରାମର ପାଞ୍ଚରୁ ଛଅଜଣ ଯୁବକ ପ୍ରସନ୍ନଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ତାଙ୍କ ଦୁଇ ହାତକୁ ଭାଙ୍ଗି ଦେଇଥିଲେ। ରାତିତମାମ ଛଟପଟ ହେଉଥିବା ବେଳେ ଗ୍ରାମର କେହି ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ। ଜୁନ୍ ୨୦ ତାରଖ ସକାଳେ ତାରସିଂ ପୁଲିସ ପହଞ୍ଚି ପ୍ରସନ୍ନଙ୍କୁ ଉଦ୍ଧାର କରି ଭଞ୍ଜନଗର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲା। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ଗ୍ରାମର କିଛି ଯୁବକଙ୍କୁ ଗିରଫ କରିଥିଲା। ତେବେ ଏହା ମଧ୍ୟରେ ଗାଁରେ କଙ୍ଗାରୁ କୋର୍ଟ ଡକାଯାଇ ପ୍ରସନ୍ନଙ୍କ ପରିବାରକୁ ସାମାଜିକ ବାସନ୍ଦ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ ଆଜି ଗ୍ରାମରେ ଆମେ ପହଞ୍ଚି ସ୍ଥିତି ପରଖିଥିବା ବେଳେ ଘଟଣାକୁ ନେଇ କୌଣସି ଗ୍ରାମବାସୀ ମୁହଁ ଖୋଲି ନଥିଲେ। ‘ଗ୍ରାମ ମୁଖିଆଙ୍କ ଯାହା ହୁକୁମ, ତାକୁ ମାନିବାକୁ ପଡ଼ିବ’ ବୋଲି କିଛି ଗ୍ରାମବାସୀ କେବଳ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ଘଟଣାକୁ ମାସେ ବିତିସାରିଥିବା ବେଳେ ପ୍ରସନ୍ନଙ୍କ ପରିବାର ଏବେ ଦୁର୍ଦ୍ଦିନରେ। ଚଳିବାକୁ ପାଖରେ ଟଙ୍କାଟିଏ ନାହିଁ। ଏଭଳି ପରିସ୍ଥିତିରେ ପ୍ରସନ୍ନ ତାଙ୍କ ଚିକିତ୍ସା ପାଇଁ ଅର୍ଥାଭାବ କାରଣରୁ ନିଜ ଗାଈବଳଦ ବିକ୍ରି କରି ସାରିଛନ୍ତି। ତଥାପି ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି। ପତ୍ନୀ ଓ ତିନି ପୁଅଝିଅଙ୍କୁ ଧରି ଘରେ ଆତଙ୍କିତ ଅବସ୍ଥାରେ ପଡ଼ିରହିଛନ୍ତି। ଏଭଳି ପରିସ୍ଥିତିରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପ୍ରସନ୍ନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି। ପରିବାରକୁ ସୁରକ୍ଷା ଦେବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି। ତଦନ୍ତ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରସନ୍ନଙ୍କୁ ନ୍ୟାୟ କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।