ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦୁର୍ନୀତିକୁ ବଞ୍ଚାଇବାରେ ବିରୋଧୀ ବ୍ୟସ୍ତ: ମୋଦୀ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ‘ବିକଶିତ ଭାରତ’ ପାଇଁ ଦେଶବାସୀଙ୍କ ଦୃଢ଼ ସଂକଳ୍ପର ପରିଚାୟକ ହେବ। ଗତ ୧୦ ବର୍ଷର ଏନ୍‌ଡିଏ ଶାସନ ଏ ଦିଗରେ କେବଳ ଏକ ଟ୍ରେଲର୍‌ ଥିଲା। ସରକାର ତୃତୀୟ ପାଳିରେ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଉତ୍ତରପ୍ରଦେଶର ମିରଟରୁ ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ବିକଶିତ ଭାରତ’ ଗଠନ ପାଇଁ ଯେଉଁ ବିକାଶ ଯାତ୍ରା ଆରମ୍ଭ ହୋଇଛି ତାହା ଦେଶବାସୀଙ୍କ ଆଶୀର୍ବାଦରେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ବଢ଼ିବ।
ଲୋକସଭା ନିର୍ବାଚନ ପାଇଁ ମିରଟରେ ପ୍ରଥମ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ କିଛି ଲୋକ ଆତଙ୍କିତ ଅଛନ୍ତି। ଆମେ ସୁନିଶ୍ଚିତ କରିଛୁ ଯେ କୌଣସି ଦଲାଲ ଗରିବଙ୍କଠାରୁ ଟଙ୍କା ଚୋରି କରିପାରିବେ ନାହିଁ । ମୁଁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି, ସେଥିପାଇଁ ଦୁର୍ନୀତିଗ୍ରସ୍ତମାନେ ଆଜି ଜେଲରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ଆଗାମୀ ନିର୍ବାଚନ ଦୁର୍ନୀତି ବିରୋଧରେ ଲଢୁଥିବା ଏନଡିଏ ଏବଂ ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାଇବା ପାଇଁ ଲଢୁଥିବା ବିରୋଧୀ ଦଳଙ୍କ ମଧ୍ୟରେ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋର ମନ୍ତ୍ର ହେଉଛି ‘ଦୁର୍ନୀତି ହଟାଓ’ ଏବଂ ସେମାନଙ୍କ ମନ୍ତ୍ର ହେଉଛି ‘ଦୁର୍ନୀତି ବଚାଓ’। ଦୁର୍ନୀତିଗ୍ରସ୍ତଙ୍କୁ କୌଣସି ଶକ୍ତି ସୁରକ୍ଷା ଦେଇପାରିବ ନାହିଁ ଏବଂ ଦେଶବାସୀ ଦୁର୍ନୀତି ବିରୋଧରେ ସେମାନଙ୍କ ମନୋଭାବ ଜଣାଇସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକମାନଙ୍କୁ ଘୃଣା କରୁଥିବା ଇଣ୍ଡି ମେଣ୍ଟ ଚୌଧୁରୀ ଚରଣ ସିଂହଙ୍କୁ ଉଚିତ ସମ୍ମାନ ଦେଇନାହିଁ ଏବଂ ତାଙ୍କୁ ଭାରତ ରତ୍ନ ଦିଆଯିବାକୁ ମଧ୍ୟ ବିରୋଧ କରିଛି। ଏଥିପାଇଁ ବିରୋଧୀ ଦଳ ନେତାମାନେ ଘରକୁ ଘର ବୁଲି କ୍ଷମା ମାଗିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦୁର୍ନୀତି ବିରୋଧରେ ଚାଲିଥିବା ଲଢ଼େଇ ଆଗକୁ ଆହୁରି ବ୍ୟାପକ ହେବ। ଦେଶକୁ ଲୁଟିଥିବା ଲୋକଙ୍କଠାରୁ ଦେଶର ସମ୍ପତ୍ତି ଫେରାଇ ଆଣିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ