ଦେଶ ବିଦେଶ ମନୋରଞ୍ଜନ

ଦୁର୍ଘଟଣାର ଶିକାର ହେଲେ କଚା ବାଦାମର ଗାୟକ ଭୁବନ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୧।୦୩ : ପଶ୍ଚିମବଙ୍ଗର ଗାଁରେ ବାଦମ୍‌ ବିକ୍ରି କରୁଥିବା ଭୁବନ ନଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ । ହେଲେ ବର୍ତ୍ତମାନ କଚା ବାଦାମ ଗୀତର ଲୋକପ୍ରିୟ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ସେ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭୁବନଙ୍କ ଛାତିରେ ଆଘାତ ଲାଗିଛି। ନିକଟରେ ଭୁବନ ଏକ କାର କିଣିଛନ୍ତି। ସେଥିପାଇଁ ସେ କାର ଚଳାଇବାକୁ ଶିଖୁଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କଚା ବାଦାମ ଫେମ୍‌ ଗାୟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ଗୀତ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବା ପରେ ଭୁବନ ପ୍ରସିଦ୍ଧ ହୋଇଥିଲେ। ନିକଟରେ ଏକ ସଙ୍ଗୀତ କମ୍ପାନୀ ପାଇଁ କଚା ବାଦାମ ଗୀତର ଏକ ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ସେ ଅନେକ କମ୍ପାନୀ ଏବଂ ଟିଭି ଶୋ’ରୁ ଅଫର୍‌ ପାଇଛନ୍ତି। ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ