ଅପରାଧ ରାଜ୍ୟ

ଦୁର୍ଘଟଣାରେ ଯୁକ୍ତ ୩ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଶିଶୁଭବନ ଛକରୁ ବାଣୀବିହାର ଓ ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ନୋ ହଙ୍କିଙ୍କ୍ ଜୋନ୍ କରିବାକୁ ଘୋଷଣା

ଭୁବନେଶ୍ବର : କଟକ କଲେଜ ଛକରେ ଏକ ଦ୍ରୁତଗାମୀ ଟ୍ରକ ଦୁର୍ଘଟଣାରେ ଜଣେ ଯୁକ୍ତ ତିନି ଛାତ୍ରୀ ଅନ୍ନପୂର୍ଣ୍ଣା ଚୌଧୁରୀଙ୍କ ମୃତ୍ୟୁ ଘଟଣାରେ ମାନବାଧିକାର କମିସନ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ ଅନ୍ନପୂର୍ଣ୍ଣାଙ୍କ ପରିବାର ଲୋକଙ୍କୁ ଏହି ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ସେତେବେଳେ ତମ୍ବି ତୁଫାନ ହୋଇଥିଲା। ଯେଉଁ ସମୟରେ ଦୁର୍ଘଟଣା ଘଟିଥିଲା ସେହି ସମୟରେ ଭାରୀଯାନ ସହର ମଧ୍ୟକୁ ପ୍ରବେଶ ଅନୁମତି ନ ଥିଲା। ଏହି ସମୟରେ ଟ୍ରକ ସହର ଭିତରକୁ ପ୍ରବେଶ କରିବାକୁ ନେଇ ହାବିଲଦାର ସୂର୍ଯ୍ୟ ନାରାୟଣ ସାହୁ, ଓଏପିଏଫ୍ ଜଗବନ୍ଧୁ ୱାଡକା ଓ ହୋମଗାର୍ଡ ପ୍ରଫୁଲ୍ଲ କୁମାର ରାଉତ ରାୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ତେବେ ଏହି ଘଟଣା ସଂପର୍କରେ ହାଇକୋର୍ଟର ଆଇନଜୀବୀ ଶିବ ଶଙ୍କର ମହାନ୍ତି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। ଏହି ପିଟିସନର ଶୁଣାଣି କରି ଆଜି କମିସନ ସଂପୃକ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହିତ ରାଜ୍ୟ ସରକାରଙ୍କୁ ଭୁବନେଶ୍ବର ଓ କଟକରେ ଟ୍ରାଫିକର ସୁପରିଚାଳନା ନେଇ ୨୧ଟି ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ ଗୁଡ଼ିକ ମଧ୍ୟରେ ଭୁବନେଶ୍ବର, କଟକରେ ଟ୍ରାଫିକ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା, ଟ୍ରାଫିକ୍ କର୍ମଚାରୀମାନେ ମଝିରେ ମଝିରେ ଟ୍ରାଫିକ ପରିଚାଳନା ନେଇ ଟ୍ରେନିଂ ନେବା, ରାସ୍ତାକଡ଼ରେ ଥିବା ଉଠା ଦୋକାନକୁ ଉଚ୍ଛେଦ କରି ସେମାନଙ୍କୁ ମାର୍କେଟ ଘର ପ୍ରଦାନ, ସହରରେ ସିସିଟିଭି ସଂଖ୍ୟା ବୃଦ୍ଧି, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଟ୍ରାଫିକ୍ ପରିଚଳନା ନେଇ ସଚେତନତା କାର୍ଯ୍ୟକ୍ରମ ଓ ଶିଶୁଭବନ ଛକରୁ ବାଣୀବିହାର ଓ ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ନୋ ହଙ୍କିଙ୍କ୍ ଜୋନ୍( ହର୍ଣ୍ଣ ନ ବଜାଇବା) କରିବାକୁ ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।