ଦେଶ ବିଦେଶ ମନୋରଞ୍ଜନ

ଦୁର୍ଘଟଣାରେ ଗୁରୁତର ହେଲେ ପ୍ରକାଶ ରାଜ, ଅସ୍ତ୍ରୋପଚାର ପାଇଁ ଗଲେ ହାଇଦ୍ରାବାଦ

ହାଇଦ୍ରାବାଦ: ସିନେମା ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରିରେ ଜୀବନ୍ତ ଅଭିନୟ କରି ଲୋକଙ୍କ ମନରୋଞ୍ଜନ କରିଥିବା ଅଭିନେତା ପ୍ରକାଶ ରାଜ ଗୁରୁତର ହୋଇପଡିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ନେଇ ପ୍ରକାଶ ରାଜ ନିଜ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

ଟୁଇଟରେ ଅଭିନେତା ଲେଖିଛନ୍ତି, ‘ଏକ ଛୋଟ ଦୁର୍ଘଟଣା…ଏକ ଛୋଟ ଫ୍ୟାକଚର….ସର୍ଜରି ପାଇଁ ଯିବାକୁ ପଡିଛି ହାଇଦ୍ରାବାଦ। ମୋର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଠିକ ଅଛି।’

ସୂଚନା ମୁତାବକ, ପ୍ରକାଶ ରାଜ ଏବେ ମୁଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌ (ଏମ୍‌ଏଏ)ର ସଭାପତି ପଦ ପାଇଁ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ୁଛନ୍ତି। ହାଇଦ୍ରାବାଦରେ ଏହି ସଭାପତି ପଦ ପାଇଁ ନିର୍ବାଚନ ହେବ।

ପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ଏ ଖବର ପାଇବା ପରେ ସିନେମା ନିର୍ଦେଶକ ନବୀନ, ନିର୍ମାତା ବନ୍ଦଲା ଗଣେଶ ଓ ଅଭିନେତା ନିତିନ ସତ୍ୟା ବି ପ୍ରକାଶ ଖୁବ୍‌ଶୀଘ୍ର ଠିକ୍‌ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ