ଅପରାଧ ଦେଶ ବିଦେଶ

ଦୁର୍ଘଟଣାରେ ଗୁରୁତରଙ୍କୁ ନେବାକୁ ରାସ୍ତାରେ ଛିଡା ହୋଇଥିଲା ଆମ୍ୱୁଲାନ୍ସ: ପିଟିହେଲା ଦ୍ରୁତ ଗତିରେ ଆସୁଥିବା କାର୍, ୫ ମୃତ

ମୁମ୍ୱାଇ ୦୫/୧୦: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା ଠାରୁ ୱର୍ଲି ଯାଉଥିବା ରାସ୍ତାରେ ଘଟିଛି ଦୁର୍ଘଟଣା ।

ପୂର୍ବରୁ ସେହି ସ୍ଥାନରେ ଏକ ଦୁର୍ଘଟଣା ଘଟିଥିଲା । ​​ଯେଉଁଥିରେ ଆହତ ଲୋକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା । ଯେତେବେଳେ ରାସ୍ତାରେ ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଗାଡି ଛିଡା ହୋଇଥିଲା । ହେଲେ ରାସ୍ତାରେ ଛିଡା ହୋଇଥିବା ଗାଡି ଗୁଡିକ ଉପରେ ପିଟି ହୋଇଥିଲା ଦ୍ରୁତ ଗତିରେ ଆସୁଥିବା କାର୍ ।
ଫଳରେ ସେଠାରେ ଠିଆ ହୋଇଥିବା ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ଅକାଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁରା ଘଟଣା ଏକ ରାସ୍ତା କଡରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ‘ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ସେଠାରେ ଭୟର ବାତାବରଣ ଖେଳିଯାଇଛି । ଆହୁରି ମଧ୍ୟ କୁହାଯାଇଛି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ମୁଁ ଆଶା କରୁଛି ଯେଉଁମାନେ ଆହତମାନେ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ