ରାଜ୍ୟ

ଦୁର୍ଗମ ଅଂଚଳରେ ଅପହଞ୍ଚ ସରକାରୀ ଯୋଜନା: ପାଣିର ଅଭାବ ଯୋଗୁଁ ପଡ଼ିଆ ପଡ଼ିଛି ଜମି

ରାୟଗଡ଼ା: ଦୁର୍ଗମ ଅଂଚଳରେ ଅପହଞ୍ଚ ରାଜ୍ୟ ସରକାରଙ୍କ ସମସ୍ତ ମୌଳିକ ସୁବିଧା ଓ ଅପହଂଞ୍ଚ ମାଳମାଳ ଯୋଜନା। ଗାଁକୁ ଆଜିବି ସଂଯୋଗ ହୋଇପାରୁନି ପକ୍କା ସଡ଼କ। ବସୁଧା ଯୋଜନାରେ ଘରକୁ ପହଁଚି ପାରୁନାହିଁ ନଳ ଯୋଗେ ଜଳ। ଗାଁକୁ ପଂହଁଚି ପାରୁନି ଆମ୍ବୁଲାନ୍ସ।ଏହା ବ୍ୟତୀତ ଚାଷର ସୁବିଧା ନିମନ୍ତେ ଉଠା ଜଳସେଚନ ବିଭାଗ ପକ୍ଷରୁ ଗାଁରେ ନିର୍ମାଣ ହୋଇଛି ଦୁଇ ଦୁଇଟି ପ୍ରକଳ୍ପ। ହେଲେ ବାହାର ଜିଲ୍ଲାରୁ ସଂଯୋଗ ହୋଇଛି ବିଦ୍ୟୁତ। ଯାହା ଫଳରେ ଲୋ-ଭୋଲଟେଜ ଓ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ କାରଣରୁ ଜମିକୁ ମାଡି ପାରୁନି ପାଣି। ଫଳରେ ପଡ଼ିଆ ପଡୁଛି ଶହ ଶଙ ଏକର ଜମି।

ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ୩୦ କିଲୋମଟର ଦୂରଏବଂ ମୁଖ୍ୟ ରାସ୍ତା ଠାରୁ ଅଙ୍କା ବଙ୍କା ପାହାଡି ଜଙ୍ଗଲ ରାସ୍ତା ଅତିକ୍ରମ କଲା ପରେ କୁଟୁଲି ପଞ୍ଚୟତର ଏହି ବଡ଼ମାଣଧରା ଗାଁ ପଡେ। ଗାଁରେ ୧୫୦ ଘର ରହିଥିବା ବେଳେ ଦେଢ଼ ହଜାରରୁ ଊର୍ଦ୍ଧ୍ବ ଲୋକେ ବସବାସ କରନ୍ତି। ଗାଁରେ ୩୦୦ ଏକରରୁ ଅଧିକ ଚାଷ ଜମି ମଧ୍ୟ ଅଛି। କିନ୍ତୁ ସବୁତକ ଜମି ବର୍ତ୍ତମାନ ପଡିଆ ପଡ଼ିଛି। ପାଣିର ସୁବିଧା ଥିଲେ ଲୋକେ ବିଭିନ୍ନ ପନିପରିବା ସହିତ ଦୁଇଟି ଚାଷ କରି ପରିଥାନ୍ତେ। କେବଳ ବର୍ଷା ଜଳକୁ ଅପେକ୍ଷା କରି ଧାନ ଚାଷ ହିଁ କରୁଥିବା ଗ୍ରାମବାସୀ କହନ୍ତି। ଗାଁ ନିକଟ ଦେଇ କୌଣସି ପାହାଡ଼ି ନଦୀ ଯାଇନଥବାରୁ ପାଣିର ଘୋର ସମସ୍ୟା ପରିଲକ୍ଷିତ ହେଉଛି। ଉଠା ଜଳସେଚନ ବିଭାଗ ପକ୍ଷରୁ ସୁବିଧା କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭ୍ରାଟ ସମସ୍ୟା ଦେଖାଦେଇଛି।

ଏହି ଗ୍ରାମଟି ରାୟଗଡା ଜିଲ୍ଲାରେ ଅନ୍ତର୍ଭୂକ୍ତ କିନ୍ତୁ ପଡୋଶୀ କୋରାପୁଟ ଜିଲ୍ଲାରୁ ପ୍ରକଳ୍ପ ନିମନ୍ତେ ସଂଯୋଗ କରାଯାଇଛି ବିଦ୍ୟୁତ, ଯାହା ଫଳରେ ପ୍ରାୟତଃ ସମୟରେ ଲୋଭୋଲ୍ଟେଜ ଏବଂ ପାୱାର କଟ ସହିତ ମୋଟରକୁ ଥ୍ରୀଫେଜ କରେଣ୍ଟ କନେକ୍ସନ ନଥିବା ହେତୁ ଚାଷ ଜମିକୁ ପାଣି ମାଡ଼ି ପାରୁ ନାହିଁ ବୋଲି ଚାଷୀ ସୁବାଷ ମିଣିଆକା ଓ ଗିରିଜା ଗରଡା ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଗାଁରୁ ମୁଖ୍ୟ ରାସ୍ତାକୁ ୨ କିଲୋମିଟର ରାସ୍ତା ଆଜି ପର୍ଯନ୍ତ ପକ୍କା ସଡ଼କ ସଂଯୋଗ କରା ଯାଇପାରିଲା ନାହିଁ। ଆଜି ବି ରୋଗୀକୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବାକୁ ହେଲେ କାଉଡି କିମ୍ବା ଭାର ହିଁ ଭରସା। ଗାଁରେ ମୋବାଇଲ ସେବା ବି ଫେଲ।ଯାହା ଫଳରେ ଗାଁରେ ପଂହଁଚି ପାରେନି ଆମ୍ବୁଲାନ୍ସ, ତେଣୁ ଏଠାରେ ସ୍ୱସ୍ଥ୍ୟସେବା ମଧ୍ୟ ଫେଲ।ଯାହା ରାଜ୍ୟ ସରକାର ଏବଂ ପ୍ରଶାସନର ଖାମଖିଆଳି ନୀତି ଯୋଗୁଁ ଅଞ୍ଚଳବାସୀଙ୍କ ଏହି ଦୁର୍ଦଶା ଘଟିଛି।

ଅନ୍ୟପକ୍ଷରେ ଗାଁରେ ଲାଗି ରହିଥିବା ସମସ୍ୟାକୁ ନେଇ ସରପଞ୍ଚ ଓ ପଞ୍ଚlୟତ ଅଫିସରଙ୍କୁ କହିବା ପରେ ମଧ୍ୟ ସମସ୍ତେ ନିରବ ଦ୍ରଷ୍ଟା ସାଜିଥିବା କହିଛନ୍ତି ଗ୍ରାମବାସୀ। ଗାଁରେ ବସୁଧା ଯୋଜନାରେ ଗାଁ ଦାଣ୍ଡ ସାରା ମାଳମାଳ ଟ୍ୟାପଷ୍ଟାଣ୍ଡ ଲାଗିଛି। ୨୦୨୨ରେ ଏହି ପ୍ରକଳ୍ପ ସରି ଘର ଘରକୁ ନଳ ଯୋଗେ ଜଳ ଯୋଗାଣ ହେବା ନେଇ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ୨୦୨୨ ସରି ୨୦୨୩ ମଧ୍ୟ ସରିବାକୁ ବସିଲାଣି, କିନ୍ତୁ ଗ୍ରାମବାସୀ ଜଳ ସଙ୍କଟ ଦେଇ ଗତି କରିବା ସହ ଅନେକ ସମୟରେ ନାଳ ପାଣିରେ ଶୋଷ ମେଣ୍ଟାଉଛୁ ବୋଲି ଗ୍ରାମର ସଂଜୀବ ତୁରୁକ ଓ ସୁକୁଣୁ ମିଣିଆକା ପ୍ରକାଶ କରିଛନ୍ତି। ଗ୍ରାମରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଜାଣିବା ପରେ ଆମେ ପଂହଁଚି ଥିଲୁ ବଡ଼ମାଣଧାରା ଗ୍ରାମରେ। ଗ୍ରାମବାସୀ ଅତିଷ୍ଠ ହୋଇ କହିଛନ୍ତି, ପୂର୍ବ ନେତା ମନ୍ତ୍ରୀଙ୍କୁ ଭରସା ନାହିଁ,ଏଥର ଭୋଟ ଦେବୁ, ସେ ଯେଉଁ ଦଳର ହେଉ, ଗାଁର କାମ କରିବ ଏବଂ ଆମ ସମସ୍ୟା ବୁଝିବ।ନଚେତ କାମ ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା ଚେତାବନୀ ଦେଇଥିଲେ ଗ୍ରାମବାସୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।