ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଦୁବାଇରେ ମୁଶାରଫଙ୍କୁ ଭେଟିଲେ ସଞ୍ଜୟ ଦତ୍ତ, ଜାଣନ୍ତୁ କ’ଣ ହେଲେ କଥାବାର୍ତ୍ତା…

ନୂଆଦିଲ୍ଲୀ, ୧୮|୦୩: ୨୦୧୬ରେ ଉରି ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ତିକ୍ତ ହୋଇଯାଇଛି । ପୂର୍ବ ଭଳି ଆଉ ସମ୍ପର୍କ ନାହିଁ ।ଭାରତ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଏହାମଧ୍ୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସହ ଦେଖିବାକୁ ମିଳିଛି ।

ସଞ୍ଜୟ ଦତ୍ତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ପରଭେଜଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ଦୁବାଇରେ ଏହି ସାକ୍ଷାତକାର ହୋଇଥିଲା । ଭାଇରାଲ ଫଟୋକୁ ନେଇ କିଛି କହିଛନ୍ତି ଯେ, ସଞ୍ଜୟ ଦତ୍ତ ଜିମ୍‌ରେ ମୁଶାରଫଙ୍କୁ ଭେଟିଛନ୍ତି । ଆଇ କିଛି ବ୍ୟକ୍ତି ହଠାତ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିବା କହିଛନ୍ତି । ଫଟୋରେ ମୁଶାରଫ ହ୍ୱିଲ୍ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ସଞ୍ଜୟ ତାଙ୍କ ସହ କିଛି କଥା ହେଉଥିବା ମଧ୍ୟ ନଜର ଆସିଛି ।

ତେବେ ଫଟୋକୁ ଦେଖି କିଛି ୟୁଜର ମୁଶାରଫଙ୍କ ଆରୋଗ୍ୟ କାମନା କରିଛନ୍ତି । ଆଉ କିଛି ମୁଶାରଫଙ୍କୁ ଭେଟିବା ଠିକ୍ ନୁହେଁ ବୋଲି କହିଛନ୍ତି । ଆଉ କିଛି କାରଗିଲର ମାଷ୍ଟରମାଇଣ୍ଡକୁ ସଞ୍ଜୟ ସାକ୍ଷାତ କରିଥିବାରୁ ଟ୍ରୋଲ୍ କରିଛନ୍ତି । ସେହିପରି ଆଉ କେହି ସଞ୍ଜୟଙ୍କ ପସନ୍ଦ ଦାଉଦ ଇବ୍ରାହିମ ବୋଲି କହିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ