ଖେଳ ଦେଶ ବିଦେଶ

ଦୁନିଆ ଧ୍ୱଂସ ହୋଇଯିବନି…’ : ପ୍ଲେ-ଅଫ୍ ପ୍ରଶ୍ନକୁ ନେଇ ଏମିତି କହିଲେ ଧୋନୀ

ନୂଆଦିଲ୍ଲୀ, ୦୯/୦୫: ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଚତୁର୍ଥ ବିଜୟ ହାସଲ କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନରେ ପରାସ୍ତ କରିଛି । ମ୍ୟାଚର ହିରୋ ଥିଲେ ଡେଓ୍ୱାନ କାନଓ୍ୱେ ଓ ମୋଇନ ଅଲ୍ଲୀ ।

ଏହି ବିଜୟ ସହ ସିଏସକେ ଏବେବି ପ୍ଲେ ଅଫ ରେସରେ ରହିଛି । ଦଳ ଏବେସୁଦ୍ଧା ୧୧ ମ୍ୟାଚରୁ ୪ଟିରେ ବିଜୟ ଲାଭ କରିଛି । ପ୍ଲେ ଅଫକୁ ଯିବାକୁ ହେଲେ ଦଳକୁ ବଳକା ସବୁ ମ୍ୟାଚ୍ ଜିତିବାକୁ ହେବ । ତେବେ ଦିଲ୍ଲୀକୁ ହରାଇବା ପରେ ଧୋନୀଙ୍କୁ ପ୍ଲେ ଅଫକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଅତି ମଜାଳିଆ ଉତ୍ତର ଦେଇଥିଲେ ଧୋନୀ ।

ଧୋନୀ କହିଥିଲେ ଯେ, ଆଗାମୀ ମ୍ୟାଚରେ କଣ କରାଯିବ ତାହା ଭାବିବା ଦରକାର । ଯଦି ପ୍ଲେ ଅଫରେ ଦଳ ପହଁଚିବ ତେବେ ତାହା ସବୁଠୁ ଭଲ କଥା ହେବ । କିନ୍ତୁ ଯଦି ସେମାନେ ପ୍ଲେ ଅଫରେ ପହଁଚିବେ ନାହିଁ ତେବେ ଦୁନିଆ ଧ୍ୱଂସ ହୋଇଯିବ ନାହିଁ ।

ସୂଚନାଯୋଗ୍ୟ, ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଚେନ୍ନାଇ । ଦଳ ୨୦୮ ରନ୍ କରିଥିଲା । ଜବାବରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ