ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୁନିଆର ‘ସବୁଠୁ ଦାମୀ’ ବିରିୟାନୀ, ଅର୍ଡର କରିବାର ୪୫ ମିନିଟ୍‌ରେ ଆପଣଙ୍କ ଟେବୁଲ୍‌ରେ ପହଞ୍ଚିଯିବ

ନୂଆଦିଲ୍ଳୀ ୦୧/୦୨: ଆସିଗଲା ବିଶ୍ବର ସବୁଠୁ ଦାମୀ ବିରିୟାନୀ। ଦାମରେ ଯେମିତି ସ୍ବାଦରେ ବି ସେମିତି। ଗୋଟିଏ ବିରିୟାନୀରେ ୬ ଜଣ ପେଟପୂରା ଖାଇବେ। କିନ୍ତୁ ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ବିରିୟାନୀର ଦାମ କେତେ ? ସାଧାରଣତଃ ବିରିୟାନୀର ଦାମ ୫୦-୬୦ ଟଙ୍କାରୁ ଆରମ୍ଭ ହୋଇଥାଏ। ଧରିନିଅନ୍ତୁ ସବୁଠୁ ଭଲ ରେଷ୍ଟୋରାଣ୍ଟରେ ବିରିୟାନୀର ଦାମ ହଜାରେ ଟଙ୍କା ହୋଇପାରେ। କିନ୍ତୁ ବିଶ୍ବର ସବୁଠୁ ଦାମୀ ବିରିୟାନୀ କହିବା ଅର୍ଥ ଦାମ ବି ସେମିତି ରହିଛି। ପ୍ରକୃତରେ ଏହି ବିରିୟାନୀ ପ୍ଲେଟ୍‌ର ଦାମ ୨୦ ହଜାର ଟଙ୍କା।

ଅବଶ୍ୟ ଏହି ବିରିୟାନୀ ଭାରତରେ ଉପଲବ୍ଧ ନାହିଁ। ଦୁବାଇର ଏକ ରେଷ୍ଟୋରାଣ୍ଟ ନିଜ ମେନୁରେ ୨୦ ହଜାର ଟଙ୍କିଆ ବିରିୟାନୀ ସାମିଲ କରିଛି। ମିଳିଥିବା ରିପୋର୍ଟ ଅନୁସାରେ ଡିଆଇଏଫସି ସ୍ଥିତ Bombay Borough ରେଷ୍ଟୋରାଣ୍ଟର ଏହି ରୟାଲ ବିରିୟାନୀର ଦାମ ବି ରୟାଲ। ଏହି ୨୦ ହଜାର ଟଙ୍କିଆ ବିରିୟାନୀ ୨୩ କ୍ୟାରେଟ୍‌ ସୁନାରେ ସଜ୍ଜିତ ହୋଇଛି। ଏତେ ଟଙ୍କା ଦେଇ ବିରିୟାନୀ ଖାଇବା ହୁଏତ ବଜେଟ୍‌ ବାହାରେ ହୋଇଯିବ। କିନ୍ତୁ ଭୟ କରିବାର କିଛି ନାହିଁ କାରଣ ଗୋଟିଏ ପ୍ଲେଟ୍‌କୁ ୬ ଜଣ ସେୟାର କରି ଖାଇପାରିବେ।

ରେଷ୍ଟୋରାଣ୍ଟର ବର୍ଷେ ପୂର୍ତ୍ତି ଅବସରରେ ଏହାକୁ ସାମିଲ କରାଯାଇଛି। ଏହି ବିରିୟାନୀରେ କାଶ୍ମୀର ମଟନ କବାବ, ପୁରାନୀ ଦିଲ୍ଲୀ ମଟନ ଚପ୍ସ, ରାଜପୁତ ଚିକେନ୍‌ କେ କବାବ, ମୁଗଲାଇ କୋଫ୍ତେ ଏବଂ ମଲାଇ ଚିକେନ୍‌ ମଧ୍ୟ ସାମିଲ ରହିଛି। ଏହା ସହ କଶେର ଏବଂ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍‌ ଗୋଲ୍ଡରେ ଏହାକୁ ସଜାଯାଇଛି।

ସବୁଠୁ ମଜାଦାର କଥା ହେଉଛି ସବୁଠୁ ଦାମୀ ବିରିୟାନୀ ଅର୍ଡର କରିବାର କେବଳ ୪୫ ମିନିଟ୍‌​‌ରେ ଆପଣଙ୍କ ଟେବୁଲ୍‌ରେ ପହଞ୍ଚିବ। ଏହା ସହିତ ରାଇତା, କରି ମଧ୍ୟ ମିଳିବ। ତେବେ ୬ ଲୋକଙ୍କ ଏକ ଟିମ୍‌ ବନାନ୍ତୁ ଦୁବାଇ ଯାଇ ‘ବିଶ୍ବର ସବୁଠୁ ଦାମୀ ବିରିୟାନୀର ମଜା ନିଅନ୍ତୁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ