ଅପରାଧ ରାଜ୍ୟ

ଦୁଇ ସମ୍ପର୍କୀୟ ଭାଇଙ୍କୁ ହାଣି ନିର୍ମମ ହତ୍ୟା ଘଟଣା: ଥାନାରେ ୨ ଅଭିଯୁକ୍ତ ଅଟକ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଦୁଇ ସଂପର୍କୀୟ ଭାଇଙ୍କୁ ହତ୍ୟା ଘଟଣାରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଅଟକଥିବା ଦୁଇ ହେଲେ ଜାନକୀ ଭୂୟାଁ ଓ ତାଙ୍କ ଭାଇରୋହିତ ଭୂୟାଁ। ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିବାର ସୂଚନା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ପୁଲିସ।

ପାରିବାରିକ କଳହର ଗତକାଲି କରୁଣ ପରିଣତି ଦେଖିବାକୁ ମିଳିଥିଲା। ଗୋଟିଏ ପରିବାର ପକ୍ଷରୁ ଦୁଇ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ସହ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକମାନେ ହେଲେ, ସୁନାରିଝୋଳା ଗ୍ରାମର ମିଥୁନ୍ ଭୂୟାଁ (୩୦) ଓ ତାଙ୍କ ମାଉସୀ ପୁଅ ଭାଇ ତଥା ହିଞ୍ଜିଳିକାଟୁ ଥାନା ନୂଆଗଡ଼ ଗ୍ରାମର ଲିପୁନ୍ ସ୍ବାଇଁ। ସୂଚନାନୁସାରେ, ପଙ୍କଳବାଡ଼ି ଗ୍ରାମରେ ରହୁଥିବା ଦୁଇ ସଂପର୍କୀୟ ଭାଇ ଜାନକୀ ଭୂୟାଁ ଓ ମିଥୁନ୍ ଭୂୟାଁଙ୍କ ପରିବାର ମଧ୍ୟରେ ବିଭିନ୍ନ କାରଣକୁ ନେଇ ଆଗରୁ ଗଣ୍ଡଗୋଳ ଲାଗି ରହୁଥିଲା। ତାହା ଉଗ୍ର ରୂପ ନେଇଥିଲା।
ଗତକାଲି ସନ୍ଧ୍ୟାରେ ଜାନକୀଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୮ ଜଣ ମିଶି ଅତର୍କିତ ଭାବେ ମିଥୁନ୍ ଏବଂ ଲିପୁନଙ୍କୁ  ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପଡ଼ିଥିବାରୁ ମିଥୁନ୍ ଓ ଲିପୁନଙ୍କୁ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।