ଦେଶ ବିଦେଶ ଧର୍ମ

ଦୁଇ ବର୍ଷ ପରେ ହେବ ହିଙ୍ଗୁଳା ଯାତ୍ରା, ଜୋରଦାର୍ ଚାଲିଛି ପ୍ରସ୍ତୁତି

ଅନୁଗୁଳ ୦୩।୦୪: ୨ ବର୍ଷ ପରେ ତାଳଚେରରେ ହେବ ହିଙ୍ଗୁଳା ଯାତ୍ରା। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପୀଠରେ ଏଥିପାଇଁ ପ୍ରସ୍ତୁତି ବୈଠକ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ମାଙ୍କର ଯାତ୍ରା ବନ୍ଦ ହୋଇଥିଲା। ତେଣୁ ଚଳିତ ବର୍ଷ ହିଙ୍ଗୁଳା ଯାତ୍ରା ପାଇଁ ଅଞ୍ଚଳବାସୀ ଖୁବ୍ ଉତ୍ସାହିତ ଅଛନ୍ତି।

ତେବେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ୟାପକ ଜଳଛତ୍ର, ରାସ୍ତାଘାଟ ମରାମତି ଏବଂ ଆଲୋକୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରଷ୍ଟ ଦ୍ଵାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ୬ ତାରିଖରେ ମାଆଙ୍କର ପ୍ରାରମ୍ଭିକ ପୂଜା ଜନ୍ତାଳ ଯାତ୍ରା ହେବ ଏବଂ ୭ ତାରିଖରେ ମାଆଙ୍କର ଅଗ୍ନିରୁପ ଆବିର୍ଭାବ ହେବ। ଏହାପରେ ୧୫ରେ ମୁଖ୍ୟ ଯାତ୍ରା ଏବଂ ହିଙ୍ଗୁଳା ମହୋତ୍ସବ ହେବ ବୋଲି ସ୍ଥିର ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ