ଅପରାଧ ରାଜ୍ୟ

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

କାମାକ୍ଷାନଗର ୧୯।୦୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ହାତୀଲୁଚାଣି ଛକରେ ଭୟଙ୍କର ଦୁର୍ଘଟଣା । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ହୋଇଛନ୍ତି ।

ଖବର ଅନୁଯାୟୀ, ହାତୀଲୁଚାଣି ଛକରେ ଦୁଇଟି ଟ୍ରକ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହା ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ଗୁରୁତର ହୋଇଛି । ମୃତ ଡ୍ରାଇଭର ହିନ୍ଦୋଳ ଅଞ୍ଚଳର ଅଜୁ ମହାପାତ୍ର ହୋଇଥିବା ବେଳେ ଗୁରୁତର ଥିବା ଡ୍ରାଇଭର ଅନୁଗୁଳ ଅଞ୍ଚଳର ତ୍ରିପୁର ସାହୁ ବୋଲି ଜଣାପଡିଛି । ଗୁରୁତରଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।