ରାଜ୍ୟ

ଦୁଇ କଂଗ୍ରେସ ପ୍ରାର୍ଥୀଙ୍କୁ ନେତା ଓ କର୍ମୀଙ୍କ ବିରୋଧ, ଜିଲ୍ଲା ପାର୍ଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ରାଉରକେଲା: ରଘୁନାଥପାଲି ଓ ରାଉରକେଲା ନିର୍ବାଚନମଣ୍ଡଳୀ ଆସନ ପାଇଁ ପ୍ରାର୍ଥୀ ଘୋଷଣାରେ ପରେ କଂଗ୍ରେସରେ ତେଜୁଛି ଅସନ୍ତୋଷ। ଦଳର ମୂଳ ଲୋକଙ୍କୁ ସୁଯୋଗ ଦିଆ ନଯାଇ, ବାହାର ଲୋକଙ୍କୁ ରଘୁନାଥପାଲି ଓ ରାଉରକେଲା ଆସନ ପାଇଁ ଟିକଟ ଦିଆଯାଇଥିବାରୁ କଂଗ୍ରେସର ଶତାଧିକ ନେତା ଓ କର୍ମୀ ସେକ୍ଟର-୨୧ସ୍ଥ ପାର୍ଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁଇ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଜିଲ୍ଲା ସଭାପତି ରବି ରାୟଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ବୀରେନ ସେନାପତି, ମହିଳା ସଭାନେତ୍ରୀ ଗୀତା ସିଂହ, ବରିଷ୍ଠ ନେତା ବାଦଲ ଶ୍ରୀଚନ୍ଦନ, ଦେବବ୍ରତ ବିହାରୀ, ପ୍ରଭାତୀ ମିଶ୍ର, ସନ୍ତୋଷ ବିଶ୍ବାଳ, ଏସ୍. ଅଶୋକ କୁମାର, ଆଶିଷ ମହାନ୍ତି, ସମସ୍ତ ବ୍ଲକ ସଭାପତିଙ୍କ ସହ ଶତାଧିକ ନେତା ସାମିଲ ହୋଇଥିଲେ। ସେମାନେ ଏକସ୍ବରରେ ରଘୁନାଥପାଲିରୁ ଟିକେଟ୍‌ ପାଇଥିବା ଶ୍ରମିକ ନେତା ଗୋପାଳ ଦାସ ଓ ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି।

ଜିଲ୍ଲା ସଭାପତି ରବି ରାୟ ଏ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ଦୁଇ ଆସନର ପ୍ରାର୍ଥୀ ବଦଳା ନଗଲେ ନେତା ଓ କର୍ମୀମାନେ ନିର୍ବାଚନରେ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରିବେ ନାହିଁ ବୋଲି ଶ୍ରୀ ରାୟ ପିସିସି ସଭାପତିଙ୍କୁ ଅବଗତ କରିଛନ୍ତି। ବୈଠକ ଚାଲିଥିବାବେଳେ ଶତାଧିକ ନେତା ଓ କର୍ମୀ ପାର୍ଟି କାର୍ଯ୍ୟାଳୟ ବାହାରେ ପୋଷ୍ଟକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁଇ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରି ଯେଉଁମାନେ କଂଗ୍ରେସ ଦଳ ପାଇଁ ବର୍ଷବର୍ଷ ଧରି କାମ କରିଛନ୍ତି, ସେମାନଙ୍କୁ ସୁଯୋଗ ଦେବାକୁ ଦାବି କରିଥିଲେ। ତୁରନ୍ତ ଦୁଇ ପ୍ରାର୍ଥୀ ପରିବର୍ତ୍ତନ କରି ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା ଦାବିରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପୋଷ୍ଟକାର୍ଡ ପଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୧୯ ନିର୍ବାଚନରେ ରାଉରକେଲା ଆସନରେ ଏଭଳି ସମସ୍ୟା ଉପୁଜିଥିଲା। କଂଗ୍ରେସର କୌଣସି ନେତାଙ୍କୁ ସୁଯୋଗ ନଦେଇ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଟିକଟ ମିଳିଥିଲା। ଯାହାକୁ ଉଭୟ ନେତା ଓ କର୍ମୀମାନେ କଡ଼ା ବିରୋଧ କରିଥିଲେ। ଶେଷ ମୂହୂର୍ତ୍ତରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀରେନ ସେନାପତିଙ୍କୁ ଟିକେଟ୍‌ ମିଳିଥିଲା। କେବଳ ରାଉରକେଲା ନୁହେଁ ଗତ ୨୦୧୪ରେ ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଅଶୋକ ସେଠୀଙ୍କୁ ଟିକଟ୍‌ ମିଳିଥିଲା। ସେ ଟିକଟ୍‌ ପାଇ ନାମାନଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ। ହେଲେ ନେତା ଓ କର୍ମୀଙ୍କ ବିରୋଧ ଯୋଗୁ ଅଶୋକଙ୍କ ନାମ କଟାଯାଇ ଗଜେନ୍ଦ୍ର ତନ୍ତୀଙ୍କୁ ଟିକଟ୍‌ ଦିଆ ଯାଇଥିଲା। ଅଶୋକ ସେଠୀ ବାଧ୍ୟ ହୋଇ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।