ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଃସହ ହେଲାଣି ମହାପ୍ରଭୁଙ୍କ ଦର୍ଶନ, ତାତିଯାଉଛି ଭକ୍ତଙ୍କ ପାଦ

ପୁରୀ : ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସିଂହଦ୍ବାର ସମ୍ମୁଖରେ ଧାଡ଼ି ବାନ୍ଧି ଭକ୍ତିର ପରୀକ୍ଷା ଦେବାକୁ ପଡ଼ୁଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପରେ ସାତ ପାହାଚଠୁ ନେଇ ବାହାରକାଠ ଦର୍ଶନ ପର୍ଯ୍ୟନ୍ତ ଠେଲାପେଲାରେ ଅସହ୍ୟ ହେଉଛି। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ବାହାରକାଠ ନିକଟରେ ପହଞ୍ଚିବା ବେଳକୁ ଅଣନିଃଶ୍ବାସୀ ହୋଇଯାଉଛନ୍ତି। ଛୋଟ ପିଲା ଗହଳିରେ ଫସି ରହି ରୁନ୍ଧି ହେବାରୁ ରାହା ଧରି କାନ୍ଦୁଛନ୍ତି। ବାହାରେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି, କିନ୍ତୁ ଭିତରୁ ଦର୍ଶନ କରି ବାହାରିବା ବେଳକୁ ଭକ୍ତମାନେ ଅଣନିଃଶ୍ବାସୀ ହୋଇ ଯାଉଛନ୍ତି। କିଛି ଭକ୍ତ ଦୂରଦୂରାନ୍ତରରୁ ଆସିଥିଲେ ସୁଦ୍ଧା ଭିଡ଼ ଦେଖି ଲେଉଟି ଆସୁଛନ୍ତି।

ନିମାପଡ଼ାରୁ ଆସିଥିବା ଘନଶ୍ୟାମ ବେହେରା କହିଛନ୍ତି, ଭିଡ଼ରେ ଖରାର କୋପ ସହିଲୁ। କିନ୍ତୁ ଭିତରେ ଯେଭଳି ଠେଲାପେଲା ସ୍ଥିତି, ମୋ’ ଭଳି ୮୬ ବର୍ଷୀୟ ବୃଦ୍ଧ ପକ୍ଷେ ସହଜ ନୁହେଁ। ଭିତରେ ସୁଅ ଭଳି ଭକ୍ତମାନଙ୍କୁ ଛଡ଼ା ଯାଉଥିବାରୁ ଦର୍ଶନ ବେଳେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି। ଗରୁଡ଼ ସ୍ତମ୍ଭକୁ ଆଉ ଛୁଇଁବା ସମ୍ଭବ ହେଉନାହିଁ।

ବାହାରୁ ଆସୁଥିବା ଭକ୍ତମାନଙ୍କ ଅପେକ୍ଷା ସ୍ଥାନୀୟ ଭକ୍ତମାନଙ୍କ ଯନ୍ତ୍ରଣା ବଳିଯାଉଛି। ସେମାନେ ମୁଖ୍ୟତଃ ସକ‌ାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେମାନେ ଅନ୍ନ ଜଳ ଗ୍ରହଣ କରନ୍ତି। ମାତ୍ର ଏକଥାକୁ ଏଯାଏ ପ୍ରଶାସନ ହୃଦୟଙ୍ଗମ କଲା ନାହିଁ। ଶନିବାର ଓ ରବିବାର ହେଲେ ମହାପ୍ରଭୁଙ୍କ ଦର୍ଶନ କରିବା ଅସମ୍ଭବ ହେଉଛି। ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ୁଛି।

ସେହିପରି ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସଂଘର୍ଷ କରିବା ପରେ ପ୍ରସ୍ଥାନ ପରେ ଦହଗଞ୍ଜ ହେଉଛନ୍ତି ଭକ୍ତ। ଉତ୍ତର ଓ ଦକ୍ଷିଣଦ୍ବାର ବାଟ ଦେଇ ଭକ୍ତମାନେ ବାହାରୁଥିବା ବେଳେ ଜୋତା ଷ୍ଟାଣ୍ଡ ପର୍ଯ୍ୟନ୍ତ ସେମାନଙ୍କୁ ଖାଲି ପାଦରେ ଆସିବାକୁ ପଡ଼ୁଛି। ଏଣେ ଅସହ୍ୟ ଖରା ଓ ତତଲା ରାସ୍ତାରେ ଗୋଡ଼ ପକାଇବା ବେଳେ କାନ୍ଦକାନ୍ଦ ହୋଇଯାଉଛନ୍ତି। କେଉଁଠି ପାଣି କିମ୍ବା ଛାଇ ଦେଖିଲେ ସେ ସ୍ଥାନକୁ ବିକଳରେ ଦୌଡ଼ୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମରୀଚିକୋଟ ଛକ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଗଣାରେ ଜୋତା ରଖିବାର ବ୍ୟବସ୍ଥା ହୋଇଥିବାରୁ ସେତେ ବାଟ ପର୍ଯ୍ୟନ୍ତ ଚାଲିଚାଲି ଆସିବା ଅବା ସେଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଖାଲିପାଦରେ ଆସିବା ଭକ୍ତଙ୍କୁ ଯନ୍ତ୍ରଣା ଦେଉଛି। ବିଗତ ଦିନରେ ଖରାର କୋପକୁ ଦେଖି ପ୍ରଶାସନ ରାସ୍ତାରେ କିଛି ବାଟ କାର୍ପେଟ୍‌ ବିଛେଇଥିଲା। କିନ୍ତୁ ଏବେ କାର୍ପେଟ୍‌ ମଧ୍ୟ ଉଠାଇ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।