ଦେଶ ବିଦେଶ ମନୋରଞ୍ଜନ

ଦୀର୍ଘ ବର୍ଷ ପରେ କମ୍‌ବ୍ୟାକ୍‌ କରୁଛନ୍ତି ଏହି ଅଭିନେତ୍ରୀ, ବଲିଉଡ୍‌ରେ ନୁହେଁ ସାଉଥରେ କରିବେ ଧମାଲ

ମୁମ୍ବାଇ ୦୧।୦୭: ଅଭିନେତ୍ରୀ ନର୍ଗିସ୍ ଫଖରୀ ଦୀର୍ଘ ସମୟ ଧରି ବଲିଉଡ୍‌ରୁ ଦୂରେଇ ରହିଥିଲେ। ଏହି ସମୟରେ କେବଳ ଲୋକ ନୁହଁନ୍ତି, ନିର୍ମାତାମାନେ ମଧ୍ୟ ବିରତି ନେଉଥିବା ହିରୋଇମାନଙ୍କୁ ଭୁଲିଯାଆନ୍ତି। ହେଲେ ରଣବୀର କପୁରଙ୍କ ବିପକ୍ଷରେ ଫିଲ୍ମ ରକଷ୍ଟାରରେ ଡେବ୍ୟୁ କରିଥିବା ନର୍ଗିସଙ୍କୁ ମନେ ପକାଇଛନ୍ତି ନିର୍ମାତା। ଦୁଇ ବର୍ଷର ବ୍ରେକ୍‌ ପରେ, ନର୍ଗିସ୍ ବଲିଉଡରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ପୁରା ହୋଇପାରି ନଥିଲା। ଏବେ ସେ ପୁଣି ଥରେ ଦର୍ଶକଙ୍କ ସାମ୍ନାରେ ନିଜର ଅଭିନୟ ଦେଖାଇବେ। କିନ୍ତୁ ତାହା ବଲିଉଡରୁ ନୁହେଁ ବରଂ ସାଉଥରେ। ସେ ଆଗାମୀ ଦିନରେ ପୱନ କଲ୍ୟାଣଙ୍କ ବିପକ୍ଷରେ ତେଲୁଗୁ ଫିଲ୍ମରେ ନର୍ଗିସ୍‌ଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ଅଛନ୍ତି।

୨୦୧୧ରେ ନର୍ଗିସ୍‌ ରଣବୀର କପୁରଙ୍କ ବିପକ୍ଷରେ ରକଷ୍ଟାର ସହିତ ଡେବ୍ୟୁ କରିଥିଲେ। ଏହା ପରେ ତାଙ୍କର ତିନୋଟି ଫିଲ୍ମ ଆସିଥିଲା, ତା ପରେ ସେ ପୁରାପୂରି ଗାଏବ ହୋଇ ଯାଇଥିଲେ। ପରେ ଶୁଣିବାକୁ ମିଳିଥିଲା କି ସେ ଅଭିନେତା ଉଦୟ ଚୋପ୍ରାଙ୍କ ସହ ଆମେରିକା ଚାଲି ଯାଇଥିଲେ। ହେଲେ ହଠାତ୍‌ ୨୦୧୭ରେ ଉଦୟଙ୍କ ସହ ବ୍ରେକ୍‌ଅପ୍‌ ହେବା ଘୋଷଣା କରିଥିଲେ । କିଛି ସମୟ ପରେ୨୦୧୮ରେ ଫିଲ୍ମ ନିର୍ମାତା ମେଟ୍‌ ଆଲୋନଜୋଙ୍କ ସହ ସମ୍ପର୍କରେ ଥିବା ନେଇ କହିଥିଲେ।

ଅନ୍ୟପଟେ ନର୍ଗିସ୍‌ କିକ୍‌, ଢିସୁମ୍‌ , ଫଟା ପୋଷ୍ଟର ସେ ନିକଲା ହିରୋ , ଅଜହର ଭଳି ଫିଲ୍ମରେ କାମ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କି ନର୍ଗିସ୍ ବଲିଉଡରେ ପୁଣି ଥରେ ତାଙ୍କର ନୂଆ ପ୍ରୋଜେକ୍ଟରେ ପାଦ ରଖିବେ କି ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ