କଳା ଓ ସଂସ୍କୃତି ଦେଶ ବିଦେଶ

ଦୀପୋତ୍ସବ: ଆଜି ସାଢେ ସାତ ଲକ୍ଷ ଦୀପରେ ଝଲସି ଉଠିବ ଅଯୋଧ୍ୟା, ୧୨ ହଜାର ସ୍ୱେଚ୍ଛାସେବୀ କରିବେ ବିଶ୍ୱ ରେକର୍ଡ

ଅଯୋଧ୍ୟା : ଲଙ୍କା ବିଜୟ ଓ ବନବାସ ପରେ ଭଗବାନ ରାମଙ୍କ ଅଯୋଧ୍ୟା ଆଗମନ ଖୁସିରେ ରାମନଗରୀ ଆଜି ଦୀପରେ ଝଲସି ଉଠିବ । ଦୀପୋତ୍ସବରେ ବୁଧବାର ଅଯୋଧ୍ୟାର ସରୟୁ ନଦୀତଟରେ ସାଢେ ସାତ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ ହେବ। ଏହି ଭବ୍ୟ ଦୀପୋତ୍ସବରେ ୩୬ ହଜାର ଲିଟର ତେଲ ବ୍ୟବହାର ହେବ । ୧୨ ହଜାର ସ୍ୱେଚ୍ଛାସେବୀ ଦୀପ ଜଳାଇ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିବେ, ଯାହାକୁ ଆଜି ଦୁନିଆ କୋଣ ଅନୁକୋଣରୁ ଦେଖିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ୨୦୧୭ରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେହି ବର୍ଷ ପ୍ରାୟ ୧.୮୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ୨୦୧୮ରେ ଦୀପ ସଂଖ୍ୟା ବଢି ୩,୦୧,୧୫୨ରେ ପହଞ୍ଚିଥିଲା । ଏହି ପରି ୨୦୧୯ରେ ସଂଖ୍ୟା ବଢି ୫.୫୦ ଲକ୍ଷକୁ ବୃଦ୍ଧି ଘଟିଥିଲା । ୨୦୨୦ରେ ୫.୫୧ ଲକ୍ଷ ଦୀପ ଜଳାଯାଇଥିଲା । ଆଉ ଚଳିତ ବର୍ଷ ଅର୍ଥାତ ଆଜି ଅଯୋଧ୍ୟା ୭.୫୦ ଲକ୍ଷ ଦୀପରେ ଝଲସି ଉଠିବ । ଏଥିରେ ନୂତନ ରେକର୍ଡ ମଧ୍ୟ ସ୍ଥାପନ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,