ଖେଳ

ଦୀପିକା କୁମାରୀଙ୍କ ପଦକ ଆଶା ଧୂଳିସାତ୍, କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କଠୁ ପରାସ୍ତ

ଟୋକିଓ, ୩୦/୦୭ : ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ପଦକ ଜିତିବା ସ୍ୱପ୍ନ ଚୁରମାର ହୋଇଯାଇଛି । ଦୀପିକା ଟୋକିଓ ଅଲିମ୍ପିକ୍ସରୁ ପରାସ୍ତ ହୋଇ ବାଦ୍ ପଡିଛନ୍ତି । ସେ ବ୍ୟକ୍ତିଗତ ଇଭେଣ୍ଟରେ ସେମିଫାଇନାଲରେ ପହଁଚିପାରି ନଥିଲେ । ସେ କ୍ୱାର୍ଟର ଫାଇନାଲରେ କୋରିଆର ଅନ୍ ସାନଙ୍କଠୁ ୬-୦ରେ ପରାଜୟବରଣ କରିଥିଲେ ।

ଏହାପୂର୍ବରୁ ଦୀପିକା ପ୍ରି କ୍ୱାର୍ଟର ଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିଅନ ତଥା ଋଷ ଅଲିମ୍ପିକ ସମିତିର ସେନିଆ ପେରୋବାଭଙ୍କୁ ମାତ୍ ଦେଇଥିଲେ ।

ଅନ୍ ସାନ୍ ଦୀପିକାଙ୍କୁ ୬-୦ରେ କ୍ୱାର୍ଟର ଫାଇନାଲରେ ହରାଇଥିଲେ । ସାନ୍ ନିଜର ପ୍ରଥମ ସେଟରେ ୩୦-୨୭ରେ ବିଜୟୀ ହୋଇଥିଲେ । ଦୀପିକା ପ୍ରଥମରୁ ୭ ପଏଣ୍ଟ ପଛରେ ଚାଲିଥିଲେ । ଏପରି ଭାବେ କୋରିଆ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ ସେଟରେ ମଧ୍ୟ ଦୀପିକାଙ୍କୁ ୨୪-୨୬ରେ ପଛରେ ରହିବାକୁ ପଡିଥିଲା ।ତୃତୀୟ ସେଟକୁ ମଧ୍ୟ ସାନ୍ ୨୬-୨୪ରେ ଜିତି ବିଜୟୀ ହୋଇଥିଲେ । ସେହିପରି ମିକ୍ସଡ୍ ଇଭେଣ୍ଟରେ ମଧ୍ୟ ଦୀପିକାଙ୍କୁ କୋରିଆ ଟିମ୍‌ଠୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସ ଇତିହାସରେ ଭାରତକୁ ଏବେସୁଦ୍ଧା ପଦକ ମିଳିପାରି ନାହିଁ । ଏହାପୂର୍ବରୁ ଦୀପିକା ବିଶ୍ୱ କପରେ ତିନୋଟି ସୂର୍ଣ୍ଣ ଜିତିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ