ଦେଶ ବିଦେଶ ମନୋରଞ୍ଜନ

ଦୀପିକାଙ୍କ ସହ କିସିଂ ସିନ୍‌କୁ ନେଇ ସିଦ୍ଧାନ୍ତଙ୍କ ଚାଚା କରିଥିଲେ ଫୋନ୍‌, କହିଲେ-ଏ ସବୁ କଣ ସତରେ ହେଉଛି…

ମୁମ୍ବାଇ ୧୩।୦୨ : ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ନିକଟରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦି, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ ଅନେକ ଜିନିଷ ସେୟାର କରିଥିଲେ । ଏଥି ସହିତ କପିଲ ମଧ୍ୟ ସମସ୍ତଙ୍କ ସହ ବହୁତ ଥଟ୍ଟା ମଜା କରୁଥିବା ଦେକିବାକୁ ମିଳିଥିଲା । ସମସ୍ତେ ଶୋକୁ ଆସି ବହୁତ ଖୁସି ଥିଲେ ।

ଏହାରି ମଧ୍ୟରେ ଶୋରେ ଦୀପିକାକୁ ବହୁତ ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ ସେ କହିଥିଲେ କି ସିନ୍ଧାନ୍ତ ବହୁତ ଡରି ଯାଇଥିଲେ କିସିଂ ସିନ୍‌କୁ ନେଇ । ହେଲେ ପରେ ସବୁ ଠିକ୍‌ ଠାକ୍‌ରେ ହୋଇଥିଲା । ହେଲେ ପରେ ସିଦ୍ଧାନ୍ତ ଦୀପିକାଙ୍କ ସହ କିସିଂ ସିନକୁ ମଜାଳିଆ କଥା କହିଛନ୍ତି, ସେ କହିଛନ୍ତି, ‘ଯେତେବେଳେ ଫିଲ୍ମର ଟ୍ରେଲର ରିଲିଜ୍ ହେଲା ସେତେବେଳେ ଗାଁରୁ ତାଙ୍କ ସମ୍ପର୍କୀୟ ଚାଚାଙ୍କର ଫୋନ୍ ଆସିଲା … ପାପା ଫୋନ୍‌ ଉଠାଇଲେ ଯେତେବେଳେ । ତାଙ୍କୁ କୁହାଗଲା ଯେ ଏ ସବୁ କଣ ଘଟୁଛି ସତରେ ଏହା କଣ ହଉଛି । ସେ କହିଲେ ଏହି କିସିଂ ସିନରେ ଦୁହେଁ ଦୁହିଁଙ୍କ ଓଠକୁ ସ୍ପର୍ଶ କରୁଛନ୍ତି । ନା ମଝିରେ ଗ୍ଲାସ୍ ରଖାଯାଇଛି? ପାପା କହିଲେ ଏହାର ଉତ୍ତର ମୁଁ କ’ଣ ଦେବି? ଚୁପ୍‌ ରହିଥିଲେ ।

ଏହା ପରେ କପିଲ ପଚାରିଥିଲେ କି, ‘ଚାଚାଙ୍କ ବୟସ କେତେ? ‘ସିଦ୍ଧାନ୍ତ କହିଥିଲେ, ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ। ତା’ପରେ ସମସ୍ତେ ହସିବାକୁ ଲାଗିଥିଲେ । ତେବେ ସୂଚନା ଅନୁଯାୟୀ ଫିଲ୍ମଟି ୧୧ରେ ରିଲିଜ୍‌ ହୋଇଛି । ଯାହା ଭଲ ରିଭ୍ୟୁ ମଧ୍ୟ ମିଳିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ