ମନୋରଞ୍ଜନ

ଦୀପିକାଙ୍କ ମନ ଭଲ ନାହିଁ

ଦୀପିକା କହିଛନ୍ତି ଆମ ଭିତରେ ଯାହା ଘଟିବ, ତାହା ଗୋପନୀୟ ରହିବା ଉଚିତ। ଜୀବନର କୌଣସି ନିଷ୍ପତ୍ତି ତରବରିଆ ଭାବେ ନେବା ସମ୍ଭବ ନୁହେଁ। ନିଜ ସମସ୍ୟାକୁ କେବଳ ନିଜ ଭିତରେ ନ ରଖି ସେ ସାଧାରଣରେ ପ୍ରକାଶ କରିବାକୁ ଚାହୁଛନ୍ତି। ଦୀପିକାଙ୍କ କହିବା କଥା ହେ‌ଲା, ମଣିଷ ନିଜ ମାନସିକ ଅଶାନ୍ତିକୁ ଯଦି ନିଜ ଭିତରେ ସୀମିତ ରଖେ, ତେବେ ‌ତାହା ତାକୁ ଅଧିକ ଭାରାକ୍ରାନ୍ତ କରିବ। ଲୋକଙ୍କ ପାଖରେ ପ୍ରକାଶ କରିଦେଲେ ମନ ହାଲୁକା ହୋଇଯାଏ।

ଏକଥା ସେ ପରୋକ୍ଷରେ ଲାଇଫ୍ ପାର୍ଟନର୍‌ ରଣବୀରଙ୍କ ଆଡ଼କୁ ଇଙ୍ଗିତ କରି କହୁନାହାଁନ୍ତି ତ!!! ଦୀପିକା ଆହୁରି ମଧ୍ୟ କହିଛନ୍ତି, ‘‘ଜୀବନରେ ଶୂନ୍ୟତା ଓ ଦିଶାହୀନ ରାସ୍ତାରେ ଅଧିକ ସମୟ ଗତି କରିବା ସମ୍ଭବ ନୁହେଁ। ମୁଁ ଆଉ ଭାବପ୍ରବଣତାରେ ଅଧିକ ସମୟ ଅତିବାହିତ କରିବା ଉଚିତ ନୁହେଁ’’। ଯେକୌଣସି ମଣିଷ ପରିବାର ସଦସ୍ୟଙ୍କ ବିନା ବଞ୍ଚିବା ସହଜ ନୁହେଁ। ପୁରୁଷ ବନ୍ଧୁ ଯେଉଁ ସହଯୋଗ ଦିଅନ୍ତି, ତାହା ଏକତରଫା ଖୁସି। କେବଳ ବିଶ୍ରାମ ନୁହେଁ, ନ୍ୟୁଟ୍ରିସନ୍, ହାଇଡ୍ରେସନ୍, ଏକ୍ସରସାଇଜ୍; ସବୁପ୍ରକାର ଅଭ୍ୟାସରେ ରହିଥିଲେ ମଧ୍ୟ ଦୀପିକା ମାନସିକ ଭାବେ ଶାନ୍ତି ପାଉନାହାନ୍ତି ବୋଲି କହିଛନ୍ତି।

ଆଗକୁ ଆସୁଛି ଦୀପିକାଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଠାନ୍’। ଏଥିରେ ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ସୁପରହିରୋ ଶାହାରୁଖ୍ ଖାନ୍। ସାଥୀରେ ଅଛନ୍ତି ଜନ୍ ଆବ୍ରାହମ୍। ଅଭିନେତା ରଣବୀର ସିଂହଙ୍କୁ ନେଇ ଦୀପିକା ଖୁସି ନା ଦୁଃଖୀ? ଦେଖାଯାଉ ତାଙ୍କ ପରଦା ଓ ପାରିବାରିକ ଜୀବନରେ ଆଗକୁ କ’ଣ ଘଟୁଛି?

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ