କଳା ଓ ସଂସ୍କୃତି ଧର୍ମ

ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ: ନଜର ଆସିଲେ ହୋଇପାରନ୍ତି ମାଲାମାଲ

ଭୁବନେଶ୍ୱର ୨୩/୧୦ : ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି। ଦୀପାବଳି ପର୍ବ ଲଗାତାର ୫ ଦିନ ଯାଏଁ ପାଳନ କରାଯାଇଥାଏ। ଦୀପାବଳି ପାଇଁ ବହୁତ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ। ମା’ ସ୍ୱାଗତ ପାଇଁ ଲୋକେ ଘର ସଫାସୁତୁରା କରିଥାନ୍ତି। ଦୀପାବଳିକୁ ନେଇ ଶକୁନ ଶାସ୍ତ୍ରରେ ମଧ୍ୟ କିଛି କଥା ପ୍ରଚଳିତ ଅଛି।

ସବୁବେଳେ ନଜର ଆସୁଥିବା କିଛି ଜୀବଜନ୍ତୁ ଦୀପାବଳି ଦିନ ନଜର ଆସିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ଏହା ମା’ଏ ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ବୋଲି କୁହାଯାଏ। ଏହାଦ୍ୱାରା ବର୍ଷ ସାରା ଘରେ ସୁଖ-ସମୃଦ୍ଧି ଓ ଧନ ସମ୍ପତ୍ତି ରହିଥାଏ। ଦୀପାବଳି ରାତିରେ କେଉଁ ଜୀବଜନ୍ତୁ ଦେଖିବା ଶୁଭ ଆସନ୍ତୁ ଜାଣିବା।

ପେଚା – ଦୀପାବଳି ରାତିରେ ପେଚା ଦେଖିଲେ ବହୁତ ଶୁଭ ହୋଇଥାଏ ବୋଲି କୁହାଯାଏ। ପେଚାକୁ ମା’ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଏ। ଦୀପାବଳି ରାତିରେ ପେଚା ଦେଖିଲେ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଚୁଚୁନ୍ଦ୍ରା – ଚୁଚୁନ୍ଦ୍ରା ଦେଖିଲେ ବହୁତ ଅସନା ଲାଗେ। କିନ୍ତୁ ଦୀପାବଳି ରାତିରେ ଚୁଚୁନ୍ଦ୍ରା ଦେଖିବା ଶୁଭ ହୋଇଥାଏ। ଦୀପାବଳିରେ ଚୁଚୁନ୍ଦ୍ରା ଦେଖିଲେ ଘରେ କେବେ ଧନ ସମ୍ପତ୍ତି ଅଭାବ ରହେ ନାହିଁ ବୋଲି କୁହାଯାଏ।

ବିଲେଇ – ଦୀପାବଳି ରାତିରେ ବିଲେଇ ଦେଖିବା ବହୁତ ଶୁଭ କୁହାଯାଏ। ଦୀପାବଳି ପୂଜା ପରେ ଘରେ କିମ୍ବା ଆଖପାଖ ସ୍ଥାନରେ କେଉଁଠି ବି ବିଲେଇ ନଜର ଆସିଲେ ମା’ ଲକ୍ଷ୍ମୀଙ୍କ ଆଗମନ ସୂଚନା ଦେଇଥାଏ। ଦୀପାବଳିରେ ବିଲେଇ ଦେଖିଲେ ଘରକୁ ଖୁସି ଆସିଥାଏ।

ଝିଟିପିଟି – ସାଧାରଣତଃ ସମସ୍ତଙ୍କ ଘରେ ଝିଟିପିଟି ନଜର ଆସିଥାଏ। ଝିଟିପିଟି ଦେଖିଲେ ଲୋକେ ତାକୁ ତଡି ଦିଅନ୍ତି। କିନ୍ତୁ ଶକୁନ ଶାସ୍ତ୍ର ଅନୁଯାୟୀ ଦୀପାବଳି ରାତିରେ ଝିଟିପିଟି ନଜର ଆସିଲେ ତାକୁ ତଡିବା ଉଚିତ ନୁହେଁ। କାରଣ ଦୀପାବଳିରେ ଝିଟିପିଟି ଦେଖିବା ଶୁଭ ହୋଇଥାଏ । ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧି ଓ ଖୁସି ଆସିଥାଏ ବୋଲି କୁହାଯାଏ।

ଗାଈ – ହିନ୍ଦୁ ଧର୍ମରେ ଗାଈ ପୂଜନୀୟ। ଗାଈକୁ ସମସ୍ତେ ସ୍ନେହ ଆଦର କରିଥାନ୍ତି। କିନ୍ତୁ ଦୀପାବଳି ରାତିରେ ଗାଈ ଦେଖିବା ଅଭୁତ ଶୁଭ ହୋଇଥାଏ। ଗାଈ ଦେବତ୍ୱର ପ୍ରତୀକ। ସେଥିପାଇଁ ଦୀପାବଳି ଦିନ କିମ୍ବା ରାତିରେ ଗାଈ ଦେଖିଲେ ଘରେ ସୁଖ-ସମୃଦ୍ଧି ଓ ଖୁସି ବାସ କରିଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାଧାରଣ ତଥ୍ୟ ଉପରେ ଆଧାରିତ। ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ।)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ