ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୀପାବଳି ପରେ ଆହୁରି ବଢିବ ସୋରିଷ ତେଲ ଦର !

ନୂଆଦିଲ୍ଲୀ ୧୪/୧୧ : କରୋନା ମହାମାରୀ ସଙ୍କଟ ସମୟରେ ସାଧାରଣ ଜନତାଙ୍କ ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି। ପନିପରିବା, ଡାଲି, ଆଳୁ, ପିଆଜ ଆଦି ମହଙ୍ଗା ହେବାପରେ ବର୍ତ୍ତମାନ ଖାଇବା ତେଲର ମହଙ୍ଗା ଦର ଲୋକଙ୍କ ଚିନ୍ତା ବଢ଼ାଇଛି। ତେଲ ବ୍ୟବସାୟୀ କହିବାନୁଯାୟୀ, ଦୀପାବଳି ପରେ ତେଲ ଦାମ ୧୬୦ ଟଙ୍କା ପାର କରିପାରେ। ଦୀପାବଳି ପରେ ବିବାହ ବ୍ରତ ଆଦି ଆରମ୍ଭ ହୋଇଯିବ। ଯାହାଫଳରେ ତେଲର ଚାହିଦା ମଧ୍ୟ ବଢ଼ିଯିବ। ମିଶ୍ରଣ ବନ୍ଦ ହେବା ଯୋଗୁଁ ଅସଲି ସୋରିଷ ତେଲରୁ କୌଣସି ଲାଭ ବାହାରୁନି। ସେଥିପାଇଁ ଦାମ ବଢାଇବା ଛଡା ଆଉ କୌଣସି ବିକଳ୍ପ ନାହିଁ। ଅନ୍ତରାଷ୍ଟ୍ରୀୟ ସ୍ଥରରେ ମଧ୍ୟ ତେଲ ଦର ବୃଦ୍ଧି ହୋଇଥିବାରୁ ଏହାର ପ୍ରଭାବ ସୋରିଷ ତେଲ ଉପରେ ପଡୁଛି।

ଗତ ବର୍ଷେ ମଧ୍ୟରେ ଖାଇବା ତେଲ ଦରରେ ୨୫ ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ସରକାର ପାମ୍ ଅଏଲ୍ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହାଫଳରେ ଚଳିତ ବର୍ଷ ପାମ୍ ଅଏଲ୍ ଆମଦାନୀ ୧୪ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ତେଲ ଦର ବୃଦ୍ଧି ପାଇଛି।


ତେଲର ଖୁଚୁରା ବ୍ୟବସାୟୀ କହିଛନ୍ତି, ଅକ୍ଟୋବରରୁ ନଭେମ୍ବର ୫ତାରିଖ ଯାଏଁ ସୋରିଷ ତେଲ ଦାମ ୧୫ରୁ ୨୦ ଟଙ୍କା ବୃଦ୍ଧି ପାଇଛି। ସବୁଠାରୁ ଅଧିକ ବିକ୍ରି ହେଉଥିବା ଏକ ଲିଟର ପ୍ୟାକେଟ ୧୪୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ଲୋକାଲ୍ ବ୍ରାଣ୍ଡର ସୋରିଷ ତେଲ ଲିଟର୍ ପ୍ରତି ୧୪୦ ଟଙ୍କାରେ ବିକ୍ରି ହେଉଛି। ଭଲ ବ୍ରାଣ୍ଡର ତେଲ ଲିଟର ପିଛା ୧୪୫ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ଦୀପାବଳି ପରେ ଏହି ଦର ଆହୁରି ୧୦ ଟଙ୍କା ଲେଖାଏଁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଏକ ନାମୀ ତେଲ କମ୍ପାନୀର ଏକଜୁକ୍ୟୁଟିଭ୍ ଫିଲ୍ଡ ଅଫିସର ଅମିତ ସିଂହ କହିଛନ୍ତି ଯେ ରାଇସ ବ୍ରାନ ତେଲ, ପାମୋଲିନ ତେଲ ଓ ଅନ୍ୟାନ୍ୟ ତେଲ ପାଖାପାଖି ୨୦ ପ୍ରତିଶତ ଯାଏଁ ସୋରିଷ ତେଲରେ ମିଶାଯାଇଥାଏ। କାରଣ ପାମୋଲିନ୍ ତେଲ ଯେତେ ଭଲ ହେବେ ବି ଥଣ୍ଡା ଦିନରେ ବସିଯାଏ। ରାଇସ୍ ବ୍ରାନ୍ ସମେତ ଅନ୍ୟ ତେଲ କଥା ଯଦି ଦେଖାଯାଏ ତାହେଲେ ଅନ୍ତରାଷ୍ଟ୍ରୀୟ ପଲିସୀ ଯୋଗୁଁ ତେଲ ଦର ପୂର୍ବରୁ ହିଁ ବୃଦ୍ଧି ପାଇଛି। ଅକ୍ଟୋବର ୧ ତାରିଖରୁ କେନ୍ଦ୍ର ସରକାର ସୋରିଷ ତେଲରେ ହେଉଥିବା ମିଶ୍ରଣ ଯାହା ସରକାରଙ୍କ ଅନୁମତିରେ ଅନ୍ୟ ତେଲର ୨୦ ପ୍ରତିଶତ ଯାଏଁ ମିଶ୍ରିତ ହୋଇଥାଏ ତାହାକୁ ବନ୍ଦ କରି ଦେଇଛନ୍ତି। ବର୍ତ୍ତମାନ ବ୍ୟବସାୟୀଙ୍କୁ ଶୁଦ୍ଧ ତେଲ ବିକ୍ରି କରିବାକୁ ହେବ। ଏଥର ସୋରିଷ ତେଲ ଉତ୍ପାଦନ ମଧ୍ୟ କମ ହୋଇଛି। ସେଥିପାଇଁ ଶୁଦ୍ଧ ତେଲ ବିକ୍ରି ପାଇଁ ଖର୍ଚ୍ଚ ଅଧିକ ହୋଇଛି। ମିଶ୍ରଣ ବନ୍ଦ ହେବା ଯୋଗୁଁ କିଛି ବ୍ୟବସାୟୀ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଡିସେମ୍ବର ମାସରେ ଏହି ମାମଲାର ଶୁଣାଣି ଅଛି। ଦୁଇ ବ୍ୟବସାୟୀ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ