ନୂଆଦିଲ୍ଲୀ ୦୩/୧୧ : ଯଦି ଆପଣଙ୍କୁ ପୁରୁଣା ନୋଟ ଓ ମୁଦ୍ରା ସଂଗ୍ରହ କରିବାର ସଉକ ରହିଛି ତାହେଲେ ଆପଣ ବି ସହଜରେ ଲକ୍ଷପତି ହୋଇପାରିବେ। ଚଳିତ ବର୍ଷ ଦୀପାବଳିରେ ପୁରୁଣା ନୋଟ୍ ଓ ମୁଦ୍ରା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଯାଇପାରେ। ଶୀଘ୍ର ୭୮୬ ସିରିଜ୍ ନୋଟ୍ ଖୋଜିବା ଆରମ୍ଭ କରିଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଏହି ସିରିଜର ନୋଟ୍ ଅଛି ତାହେଲେ ଆପଣ ବି ଲକ୍ଷପତି ହୋଇପାରିବେ। ଏଥିପାଇଁ ଆପଣଙ୍କୁ ଇ-ୱେ ୱେବସାଇଟକୁ ଯାଇ ନୋଟର ଇ-ବୋଲି ଲଗାଇ ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ ଆପଣଙ୍କୁ କେଉଁ କେଉଁ ନୋଟ ଆବଶ୍ୟକ ଜାଣନ୍ତୁ :

ଭାରତୀୟ ନୋଟର ବିରଳ ନୋଟର ବୋଲି ଇ-ୱେ ସାଇଟରେ ଲାଗେ। ଏହି ସାଇଟ୍ ସବୁବେଳେ ନୋଟ ନିଲାମ କରେ। ଏଥିରେ ଯେକୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ। ୭୮୬ ସିରିଜ ନୋଟରେ ଆପଣ ୩ ଲକ୍ଷ ଟଙ୍କା ଯାଏଁ ବୋଲି ଲଗାଇ ପାରିବେ।

ଯଦି ଆପଣଙ୍କ ପାଖରେ ଟଙ୍କିକିଆ ନୋଟ ଅଛି ଯାହାକୁ ୧୯୧୭ ମସିହାରେ ଛପା ଯାଇଥିଲା, ସେହି ନୋଟର ମୂଲ୍ୟ ୧୦ ହଜାର ୨୫୦ ଟଙ୍କା। ସେହିଭଳି ୧୦ ଟଙ୍କିଆ ପୁରୁଣା ନୋଟ ଯାହା ୧୯୫୧ ମସିହାରେ ଛପା ଯାଇଥିଲା ତାର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା। ବହୁତ ପୁରୁଣା ହୋଇଥିବାରୁ ଏହାକୁ ବିରଳ ନୋଟ ବୋଲି କୁହାଯାଏ।

ଯଦି ଆପଣଙ୍କ ପାଖରେ ବୈଷ୍ଣୋ ଦେବୀଙ୍କ ଚିତ୍ର ଥିବା ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ଅଛି ତାହେଲେ ମଧ୍ୟ ଆପଣ ଟଙ୍କା ରୋଜଗାର କରିପାରିବେ। ଏହି ମୁଦ୍ରା ୨୦୦୨ ମସିହାରେ ଜାରି କରାଯାଇଥିଲା। ମା’ଙ୍କ ଫଟୋ ଥିବାରୁ ଲୋକେ ଏହାକୁ ଲକି ବୋଲି ବିଶ୍ୱାସ କରନ୍ତି। ସେଥିପାଇଁ ଲୋକେ ଏହିସବୁ ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଯାଇଥାନ୍ତି।