ଧର୍ମ ରାଜ୍ୟ

ଦୀପାବଳିରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା, ପୟାଶ୍ରାଦ୍ଧକୁ ବାରଣ

ପୁରୀ: ରାତି ପାହିଲେ ଦୀପାବଳି। ଏଥି ପାଇଁ ପ୍ରତ୍ୟେକ ଘରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୀପାବଳି ପୂର୍ବରୁ ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ଦିନ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ। ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ଶ୍ରଦ୍ଧାଳୁ କାଉଁରିଆ କାଠି ଜାଳି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଓ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ୧୪୪ ଧାରା ଜାରି କରିଛି। ତେଣୁ ନଭେମ୍ବର ୪ ତାରିଖ ଭୋର ୪ଟାରୁ ମଧ୍ୟରାତ୍ର ଯାଏଁ କଟକଣା ବଳବତ୍ତର ରହିବ। ପ୍ରଦୂଷଣ ବୃଦ୍ଧି, କୋଭିଡ କଟକଣା ଉଲ୍ଲଂଘନ ଆଶଙ୍କାରେ କଟକଣା ଲାଗୁ ହୋଇଛି।

ଦୀପାବଳି ଦିନ ଶ୍ରଦ୍ଧାଳୁମାନେ ଜଗାଦର୍ଶନ କରିପାରିବେ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତାକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିଭଳି ପିତୃପୁରୁଷଙ୍କୁ ଦିଆଯାଉଥିବା ପୟାଶ୍ରାଦ୍ଧ ମଧ୍ୟ ବାରଣ କରାଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଦୀପାବଳି ଅବସରରେ ଶ୍ରୀମନ୍ଦିର ନିକଟରେ ଲକ୍ଷାଧିକ ଲୋକ ନିଜର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ ଓ ବ୍ରାହ୍ମଣ ‌ଭୋଜନ ଦେଇଥାନ୍ତି। କିନ୍ତୁ କୋଭିଡ-୧୯ କଟକଣା ଦୃଷ୍ଟିରୁ ଏସବୁ ପରଂପରାକୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ବାରଣ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ