କଳା ଓ ସଂସ୍କୃତି ଧର୍ମ

ଦୀପାବଳିରେ ନିଶ୍ଚୟ କରନ୍ତୁ ଏହି ୮ଟି କାମ : ବର୍ଷସାରା ମିଳିବ ଧନ

ଦେଶବ୍ୟାପି ଆଜି ଦୀପାବଳିର ପର୍ବ ପାଳନ କରାଯାଉଛି। ଆଜିର ଦିନ ସନ୍ଧ୍ୟା ଏବଂ ରାତ୍ରି ସମୟରେ ଶୁଭ ମୁହୂର୍ତ୍ତରେ ମା ଲକ୍ଷ୍ମୀ ଏବଂ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କ ପୂଜା ଏବଂ ଆରାଧନା କରାଯାଇଥାଏ। ପୁରାଣ ଅନୁସାରେ,ମହା ଲକ୍ଷ୍ମୀ କାର୍ତ୍ତିକ ଅମାବାସ୍ୟା ରାତିରେ ସ୍ବୟଂ ଭୂଲୋକରେ ଆସିଥାନ୍ତି ଏବଂ ପ୍ରତି ଘରେ ପ୍ରବେଶ କରିଥାନ୍ତି। ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ବିଭିନ୍ନ ଉପାୟ କରାଯାଇଥାଏ। ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ କାମ କରିବା ଦ୍ବାରା ବର୍ଷ ସାରା ଧନ ବର୍ଷା ହୋଇଥାଏ।

ଯଦି ଆପଣ ମହାଲକ୍ଷ୍ମୀଙ୍କ ମହାମନ୍ତ୍ର ଓଁ ଶ୍ରୀଁ ହ୍ରୀଁ କମଳେ କମଳାଳୟେ ପ୍ରସୀଦ ପ୍ରସୀଦ ଶ୍ରୀଁ ହ୍ରୀଁ ଶ୍ରୀଁ ଓଁ ମହାଲକ୍ଷ୍ମୈ ନମଃର ପଦ୍ମଡେମ୍ଫର ମାତାରୁ ଅତି କମରେ ୧୦୮ଥର ଜପ କରିବେ ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ।

ଦୀପାବଳିରେ ମହାଲକ୍ଷ୍ମୀଙ୍କ ପୂଜାରେ ହଳଦିଆ କଉଡ଼ି ରଖନ୍ତୁ। ଏହା ଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଏହା ବ୍ୟତୀତ ଲକ୍ଷ୍ମୀ ପୂଜାରେ ହଳଦୀ ଗାଣ୍ଠ ନିଶ୍ଚୟ ରଖନ୍ତୁ ଏବଂ ପୂଜା ପରେ ଏହାକୁ ନିଜ ଲକରରେ ରଖନ୍ତୁ। ଦୀପାବଳିରେ ପୂଜାରେ ଲକ୍ଷ୍ମୀ ଯନ୍ତ୍ର,କୁବେର ଯନ୍ତ୍ର ଏବଂ ଶ୍ରୀଯନ୍ତ୍ର ସ୍ଥାପିତ କରନ୍ତୁ। ସ୍ଫଟିକର ଶ୍ରୀଯନ୍ତ୍ର ଭଲ ରହିବ।

ଦୀପାବଳି ଦିନ ଶିବଲିଙ୍ଗରେ ଅକ୍ଷତ ଅର୍ଥାତ୍ ଚାଉଳ ଚଢ଼ାନ୍ତୁ। ଧ୍ୟାନ ରଖନ୍ତୁ ସମସ୍ତ ଚାଉଳ ପୂର୍ଣ୍ଣ ହେବା ଉଚିତ୍। ଖଣ୍ଡବିଖଣ୍ଡିତ ଚାଉଳ ନ ହେବା ଉଚିତ୍। ଚାଉଳ ଚଢ଼ାଇବା କାମ ମନ୍ଦିରରେ ହିଁ କରନ୍ତୁ।

ଦୀପାବଳି ଅମାବାସ୍ୟା ଦିନ ପଡ଼ିଥାଏ। ଏଥିପାଇଁ ଏହି ଦିନ ଓସ୍ତ ଗଛ ତଳେ ଜଳ ନିଶ୍ଚୟ ଦିଅନ୍ତୁ।ଏହା ଦ୍ବାରା ଶନିର ଦୋଷ ଏବଂ କାଳସର୍ପ ଦୋଷ ଦୂର ହୋଇଯାଇଥାଏ। ଏହା ସହିତ ବିଳମ୍ବିତ ରାତିରେ ଓସ୍ତ ଗଛର ତଳେ ଦୀପ ଜଳାନ୍ତୁ।ଧ୍ୟାନ ରଖନ୍ତୁ ଦୀପ ଲଗାଇ ଚୁପଚାପ ନିଜ ଘରକୁ ଫେରି ଆସନ୍ତୁ। ଫେରିକି ଦେଖନ୍ତୁ ନାହିଁ।

ଦୀପାବଳି ଦିନ କୌଣସି ମନ୍ଦିରରେ ଝାଡ଼ୁ ଦାନ କରନ୍ତୁ। ଯଦି ଆପଣଙ୍କ ଘରର ଆଖପାଖରେ କେଉଁଠି ମନ୍ଦିରର ଆଖପାଖରେ ମହାଲକ୍ଷ୍ମୀ ମନ୍ଦିର ରହିଛି ତେବେ ସେଠାରେ ଗୋଲାପର ସୁଗନ୍ଧଯୁକ୍ତ ଅଗରବତୀ ଦାନ କରନ୍ତୁ। ଦୀପାବଳି ଦିନ ଝାଡ଼ୁ ଅବଶ୍ୟ କିଣିବା ଉଚିତ୍। ନୂଆ ଝାଡ଼ୁରେ ପୂରା ଘର ସଫା କରନ୍ତୁ। ଝାଡ଼ୁର କାମ ନଥିଲେ ଏହାକୁ ଲୁଚାଇ ରଖନ୍ତୁ।

ଦୀପାବଳି ରାତିରେ ଲକ୍ଷ୍ମୀ ପୂଜା​‌ କରିବା ସମୟରେ ଅଳ୍ପ ବଡ଼ ଘିଅର ଦୀପ ଜଳାନ୍ତୁ ଯେଉଁଥିରେ ୯ଟି ସଳିତା ଲଗାଯାଇ ପାରିବ। ସମସ୍ତ ୯ଟି ବତୀ ଜଳାନ୍ତୁ ଏବଂ ଲକ୍ଷ୍ମୀ ପୂଜା କରନ୍ତୁ। ଦୀପାବଳିରେ ଶ୍ରୀସୂକ୍ତ ଏବଂ କନକଧାରା ସ୍ତୋତ୍ର ପାଠ କରିବା ଉଚିତ୍। ରାମରକ୍ଷା ସ୍ତୋତ୍ର କିମ୍ବା ହନୁମାନ ଚାଳିଶା କିମ୍ବା ସୁନ୍ଦରକାଣ୍ଡ ପାଠ ମଧ୍ୟ କରାଯାଇପାରେ।

ପ୍ରଥମ ପୂଜା ଶ୍ରୀଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ। ଦୁବର ୨୧ଟି ଗାଣ୍ଠ ଗଣେଶଙ୍କୁ ଚଢ଼ାଇବା ଦ୍ବାରା ତାଙ୍କ କୃପା ପ୍ରାପ୍ତ ହୋଇଥାଏ। ଦୀପାବଳିର ଶୁଭ ଦିନ ଏହି ଉପାୟ କରିବା ଦ୍ବାରା ମହାଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ।

ଦୀପାବଳିରେ ତେଲର ଦୀପ ଜଳାନ୍ତୁ ଏବଂ ଦୀପରେ ଗୋଟିଏ ଲବଙ୍ଗ ପକାଇ ହନୁମାନଙ୍କ ଆଳତୀ କରନ୍ତୁ। ଦୀପାବଳି ଦିନ ଲକ୍ଷ୍ମୀ ପୂଜା କରିବା ପରେ ଘରର ସମସ୍ତ ରୁମରେ ଶଙ୍ଖ ଏବଂ ଘଣ୍ଟି ବଜାଇବା ଉଚିତ୍। ଏହା ଦ୍ବାରା ଘରର ସମସ୍ତ ନକରାତ୍ମକତା ଦୂର ହୋଇଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ