ଅପରାଧ ଦେଶ ବିଦେଶ

ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲା: କେମିତି ୩ ଘଣ୍ଟାରେ ପୁଲିସ ଅଭିଯୁକ୍ତଙ୍କୁ ଧରିଲା

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ବଲେନୋ କାର୍‌ଟି ସ୍କୁଟିରେ ଯାଉଥିବା ୨୦ ବର୍ଷୀୟା ମହିଳା ଅଞ୍ଜଳିଙ୍କୁ ଧକ୍କା ଦେଇ ତାଙ୍କୁ ୪ କିମି ଯାଏ ଘୋଷାରି ନେଇଥିଲା। ଡିସେମ୍ବର ୩୧ ତାରିଖ ରାତିରେ ଘଟିଥିବା ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିବାର ମାତ୍ର ତିନିଘଣ୍ଟା ଭିତରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି।

ରାତ୍ରି ୨ଟା ୨୨ରେ ପୁଲିସ ଏକ ପିସିଆର୍ କଲ୍ ପାଇଲା ଯେ ବଲେନୋ ଗାଡ଼ିଟି ଦୁର୍ଘଟଣା ଘଟାଇ ପଳାଇଯାଇଛି। ପରେ ଆଉ ଏକ କଲ୍ ଆସିଲା ସ୍କୁଟର ଦୁର୍ଘଟଣା ବିଷୟରେ। ରାତ୍ରି ୩ଟା ୨୪ରେ ଆସିଥିବା କଲ୍‌ରୁ ପୁଲିସ ଜାଣିବାକୁ ପାଇଲା ଯେ କୁତବଗଡ଼ ଆଡ଼କୁ ଯାଉଥିବା ଧୂଷର ରଙ୍ଗର ବଲେନୋ ମହିଳାଙ୍କ ଶରୀରକୁ ୪ କିମି ଘୋଷାରି ନେଇଛି। ରାତ୍ରି ୪ଟା ୧୧ରେ କଲ୍ ଆସିଲା ଯେ ମହିଳାଙ୍କ ମୃତ ଶରୀର ଜୋନ୍ତି ଗାଁ ପାଖରେ ରାସ୍ତାରେ ପଡ଼ିଛି।

ଖବର ପାଇବା ପରେ ସ୍ବତନ୍ତ୍ର କମିସନର ଦେବେନ୍ଦ୍ର ପାଠକ ସଙ୍ଗେ ସଙ୍ଗେ ଚାରିଟା ଟିମ୍ ଗଠନ କଲେ ଏବଂ ଜଣେ ଲେଖାଏ ଏସିପି ପ୍ରତ୍ୟେକ ଟିମ୍‌ର ମୁଖ୍ୟ ରହିଲେ। ସମସ୍ତଙ୍କୁ ଅଲଗା ଅଲଗା କାମ ଦିଆଗଲା। ରୋହିଣୀ ଓ ବାହାର ଜିଲ୍ଲାର ଡିସିପିଙ୍କୁ ସହଯୋଗ କରିବାକୁ କୁହାଗଲା। ଏସିପି (ଅପରେସନ)ଙ୍କ ଅଧୀନ ଟିମ୍‌କୁ ଉକ୍ତ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାୟିତ୍ବ ଦିଆଯାଇଥିଲା। ଏସିପି (ପ୍ରଶାନ୍ତ ବିହାର)ଙ୍କୁ ଦୁର୍ଘଟଣା ଘଟାଇଥିବା କାର୍‌କୁ ଚିହ୍ନଟ କରିବା, ଠାବ କରିବା ଓ କାର୍ ମାଲିକଙ୍କୁ ଅଟକ ରଖିବାକୁ ଦାୟିତ୍ବ ଦିଆଯାଇଥିଲା। ଆଉ ଜଣେ ଏସିପି (ବେଗମପୁର)ଙ୍କୁ ଅପରାଧ ସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରିବାକୁ କୁହାଯାଇଥିଲା। ଏସିପି (ରୋହିଣୀ)ଙ୍କ ଅଧୀନରେ ଥିବା ଟିମ୍ ହସ୍ପିଟାଲ, ପୀଡ଼ିତାଙ୍କ ପରିବାର ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବାର ଦାୟିତ୍ବରେ ଥିଲା।

ବିଭିନ୍ନ ସିସିଟିଭି କ୍ୟାମେରାରେ କାର୍‌ଟି ଦେଖିବାକୁ ମିଳିଥିଲେ ମଧ୍ୟ କୁହୁଡ଼ି ଓ ଅନ୍ଧାର ଯୋଗୁ ଗାଡ଼ିର ନମ୍ବର‌ ପ୍ଲେଟ୍ ପଢ଼ିବା କଷ୍ଟକର ହୋଇଥିଲା। ତେବେ ଏସିପି ବେଗମପୁରଙ୍କ ଟିମ୍ ପଞ୍ଜାବ ଖୁର୍ଦଠାରେ ଲାଗିଥିବା ଦୁଇଟି କ୍ୟାମେରାର ଫୁଟେଜକୁ ବଡ଼ କରି କାର୍ ନମ୍ବର ପଢ଼ିବାକୁ ସକ୍ଷମ ହୋଇଥିଲା। ତା’ପରେ ଗାଡ଼ିର ମାଲିକ ଲୋକେଶଙ୍କୁ ଠାବ କରାଗଲା ଏବଂ ତାଙ୍କୁ ଅଟକ ରଖାଗଲା। ତାଙ୍କୁ ପଚାରିବାରୁ ସେ କହିଲେ ଯେ ସେ ତାଙ୍କର ଜଣେ ସମ୍ପର୍କୀୟ ଆଶୁତୋଷଙ୍କୁ ଗାଡ଼ି ଦେଇଥିଲେ। ଆଶୁତୋଷ ତାଙ୍କ ବନ୍ଧୁ ଅମିତ ଓ ଦୀପକଙ୍କୁ ଗାଡ଼ି ଦେଇଥିଲେ। ପୁଲିସ ଆଶୁତୋଷ ଓ ଲୋକେଶଙ୍କୁ ଧରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣକ ପରେ ଜଣେ ଅଭିଯୁକ୍ତମାନଙ୍କୁ ଧରିଲା। ତା’ପରେ ମାମଲାଟିକୁ ସୁଲତାନପୁରୀ ପୁଲିସକୁ ଅଧିକ ତଦନ୍ତ ପାଇଁ ହସ୍ତାନ୍ତର କରାଯାଇଛି। ପୁଲିସ କମିସନର ସଞ୍ଜୟ ଆରୋଡ଼ା ଓ ପାଠକ ମାମଲାର ପ୍ରତ୍ୟେକ ଘଟଣାର ମନିଟରିଂ କରୁଥିଲେ। ଏହିପରି ଭାବେ ମାତ୍ର ତିନିଘଣ୍ଟା ଭିତରେ କାର୍‌କୁ ଠାବ କରିବା ସହ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ