ଦେଶ ବିଦେଶ ମନୋରଞ୍ଜନ

ଦିଲ୍ଲୀ ହିଂସା ମାମଲାରେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ପ୍ରତିବାଦକାରୀ କୃଷକମାନଙ୍କୁ ଲାଲ୍‌କିଲାରେ ପ୍ରବେଶ ଲାଗି ଉସ୍କାଇଥିବା ଅଭିଯୁକ୍ତ ପଞ୍ଜାବୀ ଅଭିନେତା-ସାମାଜିକକର୍ମୀ ଦୀପ ସିଦ୍ଧୁ ଗିରଫ ହୋଇଛନ୍ତି। ଦିଲ୍ଳୀ ପୁଲିସ୍‌ ଏକ ଟ୍ବିଟ୍‌ କରି ଏହି ସୂଚନା ପ୍ରଦାନ କରିଛି। ପୂର୍ବରୁ ତାଙ୍କ ଗିରଫଦାରି ଲାଗି ଦିଲ୍ଲୀ ପୁଲିସ ନଗଦ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ଏହି ସମୟରେ ସଂଗଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା କଥା କୁହାଯାଉଥିବା ଅନ୍ୟ ୪ଜଣଙ୍କ ଗିରଫଦାରି ଲାଗି ମଧ୍ୟ ଆହୁରି ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ଘୋଷଣା କରାଯାଇଥିଲା। ସେମାନେ ହେଲେ ଜଜବିର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକ୍‌ବାଲ୍‌ ସିଂହ।

ଲାଲ୍‌କିଲାରେ ଶିଖ୍‌ ପତାକା ଉତ୍ତୋଳନରେ ସମ୍ପୃକ୍ତ ବୋଲି କୁହାଯାଉଥିବା ଦୀପ ସିଦ୍ଧୁ, ଜୁଗରାଜ ସିଂହ ଏବଂ ଦୀପଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଧରାଇ ଦେବା ଲାଗି ଦିଲ୍ଲୀ ପୁଲିସ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରିଥିଲା।

ସାଧାରଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ସମ୍ବନ୍ଧୀୟ ପଞ୍ଜିକୃତ ଏତଲା ଏବଂ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବା ଲାଗି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ମଧ୍ୟ ପୁଲିସକୁ ନିର୍ଦେଶ ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ