ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ ସମାଲୋଚନା: ବୟସ୍କମାନେ ଘରେ ଥାଇ କାମ କରିବେ ଆଉ ପିଲା ସ୍କୁଲ୍‌ ଯିବେ?

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ପ୍ରତି ପ୍ରଦୂଷଣଜନିତ ବିପଦ ଥିବା ବେଳେ ସ୍କୁଲ୍‌ ଖୋଲିଥିବାରୁ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି, ବୟସ୍କମାନେ ଘରେ ଥାଇ କାମ କରିବେ ଆଉ ପିଲା ସ୍କୁଲ୍‌ ଯିବେ?

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଏନ୍‌ଭି ରମନା କହିଛନ୍ତି, ସତରେ ଆମେ ଅଦାଲତରେ ଆପଣଙ୍କ ବିବୃତି ସବୁକୁ ଗୁରୁତ୍ବର ସହ ଗ୍ରହଣ କରୁଛୁ। ଆପଣ କହିଥିବା ଗୋଟାଏ କଥା ହେଉଛି , ସ୍କୁଲ୍‌ ସବୁ ବନ୍ଦ ରହିଛି। କିନ୍ତୁ, ସ୍କୁଲ୍‌ ସବୁ ବନ୍ଦ ହୋଇନାହିଁ। ଧୂଆଁମିଶା କୁହୁଡ଼ି ସକାଳେ ଟିକି ପିଲାମାନଙ୍କୁ ସ୍କୁଲ୍‌ ଯିବାକୁ ପଡୁଛି। କଥା ପ୍ରତି ଖାତର ନାହିଁ? ଆଜିର ସମ୍ବାଦପତ୍ର ଦେଖ। ପିଲାଏ ଯାଉଛନ୍ତି। ମୁଁ ଜାଣେ ପିଲାଏ ସ୍କୁଲ୍‌ ଯାଉଛନ୍ତି। ଆଦେଶକୁ ଅପେକ୍ଷା କରନ୍ତୁ ନାହିଁ। ଆମେ ଆପଣଙ୍କୁ ସବୁ କଥା କହିବା ଅନାବଶ୍ୟକ। ଆମେ ଆପଣଙ୍କୁ ସମ୍ମାନ ଦେଉ। ସେଇଥି ପାଇଁ ବୟସ୍କମାନେ ଘରେ ଥାଇ କାମ କରିବେ ଏବଂ ପିଲାଙ୍କୁ ସ୍କୁଲ୍‌ ଯିବାକୁ ପଡ଼ିବ?


ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଶୀର୍ଷସ୍ତରରେ ପହଞ୍ଚିବାରୁ ଦିଲ୍ଲୀ ସରକାର ସ୍କୁଲ୍‌ରେ ପ୍ରତ୍ୟକ୍ଷ କ୍ଲାସ୍ ବାତିଲ କରିଥିଲେ। କିନ୍ତୁ, ପରୀକ୍ଷା କରାଇବା ପାଇଁ ଅନେକ ସ୍କୁଲ୍‌ନଭେମ୍ବର ୨୯ ତାରିଖରୁ ପ୍ରତ୍ୟକ୍ଷ କ୍ଲାସ୍ ଆରମ୍ଭ କରିଛନ୍ତି।

ସୁପ୍ରିମ୍‌ କୋର୍ଟ କହିଲେ, ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ସତ୍ତ୍ବେ କିଛି ହେଉଛି ବୋଲି ଆମର ମନେହୁଏ ନାହିଁ।

ପ୍ରଧାନ ବିଚାରପତି ପଚାରିଛନ୍ତି, ଜଣେ ସାଧାରଣ ବ୍ୟକ୍ତି ଭାବେ ମୁଁ ଏକଥା ପଚାରୁଛି। ପ୍ରଦୂଷଣ ପ୍ରସଙ୍ଗ ଆରମ୍ଭ ହେବା ଦିନରୁ ଆପଣ ଦେଉଥିବା ବଡ଼ ବଡ଼ ବିବୃତି ଉପରେ ଆମେ ନଜର ରଖିଛୁ। ଏତେ ବ୍ୟବସ୍ଥା ଲାଗୁ କରାଯିବା ସତ୍ତ୍ବେ ପ୍ରଦୂଷଣ ଆହୁରି ବଢୁଥିବ ବୋଲି କ’ଣ ଭାବୁଛନ୍ତି?

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଅତି ନିମ୍ନ ଧରରଣର ଥିବା ଦିଲ୍ଲୀର ବାୟୁ ଗୁଣବତ୍ତା ଆଜି ‘ଭୀଷଣ ବର୍ଗ’କୁ ଖସି ଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ