ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀ ସଫ୍‌ଦର୍‌ଗଞ୍ଜ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୬୦ ରୋଗୀ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ବୁଧବାର ସକାଳେ ନୂଆଦିଲ୍ଲୀର ସଫ୍‌ଦର୍‌ଗଞ୍ଜ ହସ୍ପିଟାଲ୍‌ର ‘ଆଇସିୟୁରେ’ ନିଆଁ ଲାଗିବା ଯୋଗୁଁ ପ୍ରାୟ ୬୦ଜଣ ରୋଗୀଙ୍କୁ ଅନ୍ୟ ଓ୍ଵାର୍ଡମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନାହାନ୍ତି ଏବଂ କିଛି ସମୟ ପରେ ନିଆଁ ଲିଭାଇ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସଫ୍‌ଦର୍‌ଗଞ୍ଜ ହସ୍ପିଟାଲ୍‌ର ତିନି ମହଲାବିଶିଷ୍ଟ ବ୍ଲକ୍‌ର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ସକାଳ ପ୍ରାୟ ୬.୩୫ରେ ଏ ସଂକ୍ରାନ୍ତରେ ଦମକଳ ବିଭାଗ ଫୋନ୍‌ ପାଇଥିଲା।

ତୁରନ୍ତ ଘଟଣାସ୍ଥଳକୁ ୯ଟି ଦମକଳ ପଠାଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଡାକ୍ତରଖାନାର କର୍ମଚାରୀ ମିଳିମିଶି ପ୍ରାୟ ୬୦ଜଣ ରୋଗୀଙ୍କୁ ‘ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌’ରୁ ଅନ୍ୟତ୍ର ନେଇଯାଇଥିଲେ।

ସେହିଭଳି, ଆଜି ସକାଳେ ପୂର୍ବ ଦିଲ୍ଲୀ ଅନ୍ତର୍ଗତ ଗାନ୍ଧୀ ନଗରରେ ଥିବା ଏକ ‘ରେଡିମେଡ୍‌ ପୋଷାକ ଦୋକାନ’ରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲିଭାଇବା ଲାଗି ଘଟଣାସ୍ଥଳରେ ପ୍ରାୟ ୧୫ଟି ଦମକଳ ପହଞ୍ଚିଛନ୍ତି।

ଏହାଛଡ଼ା, ଆଜି ସକାଳ ପ୍ରାୟ ୭.୩୦ରେ କୋଲ୍‌କାତାର ଷ୍ଟ୍ରାଣ୍ଡ୍‌ ରୋଡ୍‌ସ୍ଥିତ ଏକ ବହୁତଳ ଅଟ୍ଟାଳିକାର ଚତୁର୍ଥ ତାଲାରେ ଥିବା ବ୍ୟାଙ୍କ୍‌ରେ ନିଆଁ ଲାଗିଥିବା ଖବର ଆସିଛି। ୧୧ଟି ଦମକଳ ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ