ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୪।୦୪: ଆଇପିଏଲ୍ ୨୦୨୧ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ ଝଟକା। ଦଳର ଦ୍ରୁତ ବୋଲର ଏନରିଚ୍ ନୋର୍ତ୍ତଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାର ସୂଚନା ଏଏନଆଇ ଦେଇଛି। ନୋର୍ତ୍ତଜେ ଗତ ମଙ୍ଗଳବାର ମୁମ୍ବାଇ ପହଞ୍ଚିଥିଲେ ଏବଂ ସେ ସାତ ଦିନିକିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନ୍ ଅବଧି ମଧ୍ୟ ପୂରା କରିଥିଲେ।

କ୍ଵାରେଣ୍ଟାଇନ୍ କାରଣରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍ ଖେଳିନଥିଲେ। ଦଳ ଏହି ମ୍ୟାଚ୍‌ରେ ଏକତରଫା ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ଦଳ ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲରଙ୍କୁ ଚଳିତ ସିଜିନ୍ ପାଇଁ ବଜାୟ ରଖିଥିଲା। କାରଣ ଗତ ସିଜିନ୍‌ରେ ଦିଲ୍ଲୀକୁ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା।

ବିସିସିଆଇର କରୋନା ନିୟମ ଅନୁଯାୟୀ, ଯଦି କୌଣସି ଖେଳାଳି କିମ୍ବା ଷ୍ଟାଫ କରୋନା ପଜିଟିଭ୍ ହୁଅନ୍ତି କିମ୍ବା କରୋନା ଲକ୍ଷଣ ଦେଖିବାକୁ ମିଳେ, ତେବେ ଆଗାମୀ ୧୦ ଦିନ ପାଇଁ ବୋର୍ଡ ଦ୍ଵାରା ନିର୍ଦ୍ଧାରିତ ଜୈବ ନିରାପତ୍ତା ବଳୟରେ ଆଇସୋଲେସନରେ ରହିବାକୁ ପଡିବ।

ଦ୍ରୁତ ବୋଲର ନୋର୍ତ୍ତଜେ ଆଇପିଏଲ ୨୦୨୧ରେ ଯୋଗ ଦେବା ପାଇଁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ଛାଡିଥିଲେ। ସେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ ଦକ୍ଷିଣ ଆଫ୍ରିକାର ଅନ୍ୟ ଖେଳାଳିଙ୍କ ସହ ଭାରତ ପହଞ୍ଚିଥିଲେ। ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆରେ ପାକିସ୍ତାନ ହାତରୁ ପରାଜିତ ହୋଇ ଦିନିକିଆ ସିରିଜ୍‌ରେ ପରାଜିତ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ