ଅପରାଧ ଦେଶ ବିଦେଶ

ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ୩୨.୫ କୋଟି ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ବୁଧବାର ୬୧.୫ କିଲୋଗ୍ରାମ ଓଜନର ସୁନା ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୩୨.୫ କୋଟି ଟଙ୍କା ହେବ। ‘ଗୋଲଡେନ୍ ଟ୍ୟାପ୍’ ନାମକ ଏକ ଗୁପ୍ତ ଅପରେସନରେ ରାଜସ୍ବ ଗୁଇନ୍ଦା ବିଭାଗର ଅଧିକାରୀମାନେ ବୁଧବାର ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରେ କିଛି ପରିବହନ ସାମଗ୍ରୀକୁ ସନ୍ଦେହରେ ଅଟକାଇ ଥିଲେ। ଏକ ଭଲ୍‌ଭ ଭିତରେ ଲୁଚାଇ ରଖା ଯାଇଥିବା ଏହି ସାମଗ୍ରୀ ଚୀନ୍‌ର ଗୁଆଙ୍ଗଜୋରୁ ଜାପାନ ଏୟାରଲାଇନ୍ସର ଏକ ବିମାନ ଯୋଗେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା। ବ୍ୟାପକ ଯାଞ୍ଚ ପରେ ପରୀକ୍ଷଣ ପରେ ଭଲ୍‌ଭ ଭିତରେ ବିପୁଳ ପରିମାଣର ୨୪ କ୍ୟାରେଟ୍‌ ସୁନା ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ